(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗାର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ମାହାଙ୍ଗା ପକ୍ଷରୁ ପ୍ରତିଭାପୂଜା ସ୍ୱରୂପ ଆଜି OAS ଉତ୍ତୀର୍ଣ୍ଣ ଶ୍ରୀ ବିଭୁପ୍ରସାଦ ସିଂଙ୍କୁ ତାଙ୍କ ବାସଭବନ ଗୋପାଳପୁର ଠାରେ ସମ୍ବର୍ଦ୍ଧନା କରାଯାଇଥିଲା । ଚଳିତ ଓଏଏସ ପରୀକ୍ଷାରେ ମାହାଙ୍ଗା ଅଞ୍ଚଳର ତଥା ଗୋପାଳପୁର ପଞ୍ଚାୟତର ଏକମାତ୍ର ପରୀକ୍ଷାର୍ଥୀ ଭାବେ ବିଭୁପ୍ରସାଦ ସିଂ ଉତ୍ତୀର୍ଣ୍ଣ ହୋଇଥିଲେ। ଆଦର୍ଶ ମାହାଙ୍ଗା ସଂଗଠନର ସଦସ୍ୟ ମାନଙ୍କ ଦ୍ଵାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ରାୟଗୁରୁ ସନ୍ତୋଷ କୁମାର ମହାପାତ୍ର, ଉପେନ୍ଦ୍ର ନାଥ ସାମଲ , ପରିବେଶବିତ୍ ଅକ୍ଷୟ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍ ଜ୍ୟୋତିରଂଜନ ମହାନ୍ତି, ତ୍ରିବିକ୍ରମ ନାଥ, ପ୍ରଦ୍ୟୁମ୍ନ ରାଉଳ, ଇଂ ରଜତ କୁମାର ତ୍ରିପାଠୀ ସୁବଳ ସାହୁ ପ୍ରମୁଖ ଯୋଗ ଦେଇ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଆଦି ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ତଥା ସଚ୍ଚୋଟ ଅଧିକାରୀ ହେବା ସହ ଅପହଞ୍ଚ ଙ୍କ ପାଖରେ ସେବା ପହଞ୍ଚାଇବା ମୋ ଚାକିରିର ମୁଖ୍ୟ ଉଦ୍ଦେଶ୍ୟ ହେବା ବୋଲି ଶ୍ରୀ ବିଭୁପ୍ରସାଦ ସିଂ ମତବ୍ୟକ୍ତ କରିଥିଲେ ।
ଆଦର୍ଶ ମାହାଙ୍ଗାର ଏହିଭଳି କାର୍ଯ୍ୟ କ୍ରମ କୁ ସେ ଓ ତାଙ୍କ ପରିବାର ତଥା ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ। ଆଦର୍ଶ ମାହାଙ୍ଗା ର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଉକ୍ତ କାର୍ଯ୍ୟ କ୍ର
Sign in
Sign in
Recover your password.
A password will be e-mailed to you.
Next Post