ଝାରବନ୍ଧ ବ୍ଲକ ରେ ଦିବ୍ୟାଙ୍ଗ ତାଲିମ ଶିବିର

0

ଝାରବନ୍ଧ: ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ( ABEO ) ଶ୍ରୀ ଦିବ୍ୟ କିଶୋର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ । ଏଥିରେ ମୋଟ ୨୧ ପ୍ରକାରର ଭିନ୍ନକ୍ଷମତା ଉପରେ ଆଲୋଚନା କରାଯାଇଥିଲା । ପୁଣି ସରକାରୀ ସ୍ତରରେ ଭିନ୍ନକ୍ଷମ ମାନଙ୍କୁ ମିଲୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଯେପରି ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଏହାର ଲାଭ ପାଇପାରିବେ ସେଥିପ୍ରତି ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ବ୍କକର ୮ ଜଣ ସି ଆର୍ ସି ସି , ୬ ଜଣ ଆଇ ଇ ଭି , ୫୦ ଜଣ ଶିକ୍ଷକ ଓ ୫୦ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସାଧନ କର୍ମୀ ଶ୍ରୀଯୁକ୍ତ ରାଜ କିଶୋର ବାରିକ ଓ ଶ୍ରୀଯୁକ୍ତ ରାଜ କିଶୋର ମେହେର ପରିଚାଳନା କରିଥିବାବେଳେ ତାଲିମ କାର୍ଯ୍ୟକ୍ରମରେ ତାଲମଦାତା ଭାବରେ ପୁରନ୍ଦର କୁମ୍ଭାର, ଶ୍ରବଣ କୁମାର ଭୋଇ ଓ ଅଜାମ୍ବର ବାରିକ ତାଲିମ ପ୍ରଦାନ କରିଥିଲେ ।ବୈତାଳି କ୍ଲଷ୍ଟର ସିଆରସିସି ଶ୍ରୀ ଦିବସ କୁମାର ସାହୁ ଆଗାମୀ ୨୫ ଏବଂ ୨୬ ତାରିଖରେ ଝାରବନ୍ଧ ବ୍ଲକରେ ହେବାକୁ ଥିବା ବରଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ତଥା ଭୀମଭୋଇ ସାମର୍ଥ ଶିବିର ବାବଦରେ ଉପସ୍ଥିତ ଅଭିଭାବକ ମାନଙ୍କୁ ସୂଚନା ପ୍ରଦାନ କରି ଏହାର ଲାଭ ଉଠେଇବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.