ବାତ୍ୟା ମୁକାବିଲା ଓ ଜନ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

20
  • ଭଞ୍ଜନଗର ରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା
  • ବେଲଗୁଣ୍ଠା ରେ ଆଗାମୀ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଭଞ୍ଜନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଧାୟକ ଶ୍ରୀ ନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନକୁ ତ୍ୱରାନ୍ୱିତ କରିବା, କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ଜରୁରୀ ସେବାର ପୁନଃସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯଥାଶୀଘ୍ର ଯୋଗାଇଦେବା ସହ ସାଧାରଣ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବା ଦିଗରେ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ରିଲିଫ୍ ବଣ୍ଟନ, କ୍ଷୟକ୍ଷତିର ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗ ଅଧିକାରୀମାନଙ୍କୁ କହିଥିଲେ। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ନକରିବାକୁ ସେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଅଗ୍ନିଶମ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଟିପିଏସ୍‌ଓଡିଏଲ୍‌ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ପ୍ରସ୍ତୁତି, ବାତ୍ୟା ଜନିତ ପ୍ରଭାବ, କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବାତ୍ୟା ପରବର୍ତ୍ତୀ ସମସ୍ୟାର ସମାଧାନ ଏବଂ ଜରୁରୀ ସେବାର ପୁନଃସ୍ଥାପନ ପାଇଁ ବିଭାଗୀୟ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା। ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ଡେପୁଟି କଲେକ୍ଟର ରଚିତା ମହାପାତ୍ର, ତହସିଲଦାର ଶ୍ରୀମତୀ ଅଭିସ୍ପା ପଟ୍ଟନାୟକ, ବିଡିଓ ଶ୍ରୀମତୀ ଭାରତୀ ଦେବୀ, ଏସ୍‌ଡିଆଇପିଆର୍‌ଓ ଶ୍ରୀ ସନ୍ତୋଷ କୁମାର ନାୟକ, ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ ମହାର, ଏବିଡିଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଆସନ୍ନ ବାତ୍ୟା ମୁକାବିଲା ନିମନ୍ତେ ବେଲଗୁଣ୍ଠା ବ୍ଲକ୍ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମ , ବେଲଗୁଣ୍ଠା ବ୍ଲକ୍ ତହସିଲଦାର, ବିଡିଓ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା, ଆବଶ୍ୟକସ୍ଥଳେ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ରିଲିଫ୍ ବ୍ୟବସ୍ଥା, ଜରୁରୀ ସେବାର ଉପଲବ୍ଧତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ଉପଜିଲ୍ଲାପାଳ ଶ୍ରୀ ବେହେରା ଇଙ୍ଗିନାଠୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନ୍ଦାର ଗ୍ରାମରେ ରାସ୍ତା ବିଚ୍ଛିନ୍ନ ଅଞ୍ଚଳ ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.