ସାମ୍ବାଦିକ ପିତୃ ବିୟୋଗ l

0

ଚିଲିକା/ଖୋର୍ଦ୍ଧା:-(ସେକ୍ କୌଶର) ଆଜି ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଆଇନଜୀବୀ ସିତାରାମ ଅଗ୍ରୱାଲଙ୍କ ପିତା ୰ ଗଣେଶ ଅଗ୍ରୱାଲଙ୍କର ଅକାଳ ବିୟୋଗ ଘଟିଯାଇଛି। କିଛିଦିନ ଧରି ତାଙ୍କର ସ୍ୱାସ୍ତ୍ୟଗତ ସମସ୍ୟା ଥିବାବେଳେ ଆଜି ସକାଳୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନେଉଥିବା ବେଳେ ଟାଙ୍ଗି ଠାରେ ହଠାତ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିବା ବେଳେ ନିକତସ୍ତ ଟାଙ୍ଗି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କର ମର ଶରୀରକୁ ବାଣପୁର ନିଜ ବାସଭବନକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ସାମ୍ବାଦିକ ଏବଂ ଓକିଲ ବନ୍ଧୁମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Leave A Reply

Your email address will not be published.