ଭୁବନେଶ୍ୱର/ ପାରାଦୀପ: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ପକ୍ଷରୁ ଓଡ଼ିଶାର ବନ୍ଦର ସହର ପାରାଦୀପ ପାରିପାଶ୍ୱର୍ରେ ଥିବା ଏକ ସ୍ଥାନୀୟ ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏବଂ ଦୃଷ୍ଟି ଶକ୍ତି ସମସ୍ୟାର ନିଦାନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଚଷମା ବଂଟନ କରାଯାଇଥିଲା ।
ଓଏସ୍ଏଲ୍ ପକ୍ଷରୁ ବାଲିଝର ଗଣପତି ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ଆୟୋଜନ କରାଯାଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚଷମାଗୁଡ଼ିକୁ ପ୍ରଦାନ କରାଯାଇଛି ।
ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ମୋଟ ୩୨୪ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ଭିତରୁ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ଥିବା ଚିହ୍ନଟ ହୋଇଥିଲା । ପ୍ରଯୁର୍ଯ୍ୟ ପାୱାର ଚଷମା ଲଗାଇବା ପାଇଁ ଡାକ୍ରତ ପରାମର୍ଶ ଦେଇଥିଲେ ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ ଚଷମା ବଂଟନ କରାଯାଇଥିଲା ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାରାଦୀପ ମୁନିସିପାଲିଟିର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିିଥି ଭାବେ ଯୋଗ ଦେଇଥିଲେ ଏବଂ ଚଷମା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣା ଚଷମା ପ୍ରଦାନ କରିଥିଲେ ।
ଏହି ଚକ୍ଷୁ ପରୀକ୍ଷା ଶିବିରରେ ଓଏସ୍ଏଲ୍ର ଭିପି (ଏଚ୍ଆର୍) ଶ୍ରୀଯୁକ୍ତ ବିଜୟ କେତନ ଓଝା, ଓଏସ୍ଏଲର ଇଡି (ଏଚ୍ଆର୍ ଆଣ୍ଡ୍ ଆଇଆର୍) ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ଓଏସ୍ଏଲ୍ର ଡିଜିଏମ୍ (ଏଚ୍ଆର୍) ଶ୍ରୀଯୁକ୍ତ ଏସ୍ କେ ପଟେଲ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ଗୀତାଞ୍ଜଳି ତଳାଇବ ।
ଆମ ଦେଶ ଓ ସମାଜର ଏହି ଉଦୀୟମାନ ନାଗରିକମାନଙ୍କ ଲାଗି ଓଏସ୍ଏଲ୍ ଆୟୋଜନ କରିଥିବା ଅଭିଯାନକୁ ସ୍ଥାନୀୟ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି ।
ଭବିଷ୍ୟତରେ ପର୍ଯ୍ୟାୟକ୍ରମେ ସାରା ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଓଏସ୍ଏଲ୍ ସଂକଳ୍ପ ନେଇଛି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ହେଉଛି ପୂର୍ବ ଭାରତର ଏକ ଲୋକପ୍ରିୟ ସଂସ୍ଥା ଯାହାର ସିପିଂ, ଖଣି ଏବଂ କାରଖାନା ଭିତର ପରିଚାଳନାରେ ବିଶେଷତା ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post