ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ

0

ଭଞ୍ଜନଗର,: ତାରସିଂ ଥାନା ଅନ୍ତର୍ଗତ ରୁଢ଼ାପଦର ମୁଖ୍ୟ ରାସ୍ତାରେ ରବିବାର ଭୋର ସକାଳ ସମୟରେ ଏକ ଅଜଣା କମଳା ନାୟକ (୫୪) ନାମକ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି। ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ,କମଳା ଭୋର ସକାଳ ସମୟରେ ନିଜ ନାତିକୁ ଧରି ଶୌଚ ହେବାକୁ ରାସ୍ତା ଉପରେ ଆସିଥିବା ବେଳେ ଦଶପଲ୍ଲା ପଟୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଚାପି ଦେଇ ଚାଲିଯାଇଥିଲା। ଖବର ପୋଲିସ ପହଁଚି ଶବ ଜବତ କରି ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛି। ଏ ନେଇ କେସ ନଂ ୩୨୯/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସର କୁ ନିଆଯାଇ ଅନୁସନ୍ଧାନ ଜାରି ରହିଥିବା ଶ୍ରୀ ଦାସ କହିଛନ୍ତି।

Leave A Reply

Your email address will not be published.