ବେପରୁଆ ଭାବେ କାର ଚାଳନା, ୪ ଟି ଷଣ୍ଢ କୁ ଧକ୍କା ୩ ଷଣ୍ଢ ମୃତ ସହିତ ପୋଲିସ ଗାଡ଼ି କ୍ଷତିଗ୍ରସ୍ତ

9

.

ଖଇରା :ଔପଦା ରୁ ସୋର ଅଭିମୁଖେ କଏଦୀ ନେଇ ଖଇରା ପୋଲିସ ଗାଡି ଯାଉଥିବା ବେଳେ. ଗଣ୍ଡିବେଡ଼ ପଟୁ କ୍ଷିପ୍ର ବେଗରେ ଆସୁଥିବା OD01AH7455 ଓଡି01 ଏଚ 7455 ନମ୍ବର ଥିବା ଏକ କାର 4ଟି ଷଣ୍ଢ କୁ ବାଡେଇବା ସହିତ ପୋଲିସ କୁ ବାଡେଇ ଥିବା ବେଳେ ଅଳ୍ପକେ ବର୍ତ୍ତି ଥିଲେ 2ଟି ବାଇକ ଵାଲା l ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହେଇଥିଲା. ପରେ ଖଇରା ଆଇ ଆଇ ସି ପ୍ରଶାନ୍ତ କୁମାର ଜେନା ଙ୍କ ନିର୍ଦେଶ କ୍ରମେ ଅନ୍ୟ ଏକ ପୋଲିସ ଗାଡି ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୁକ ହଟିଥିଲା l ଔପଦା ଦମକଳ ବାହିନୀ ସଙ୍ଗେ ସଙ୍ଗେ ପହଂଚି ଏକ ଷଣ୍ଢ ନୟନ ଜୁଡ଼ି ରୁ ଉଦ୍ଧାର କରିଥିଲା l ଏଥିରେ 3ଟି ଷଣ୍ଢ ର ମୃତ୍ୟୁ ଘଟିଥିଲା । ମୃତ ଷଣ୍ଢ କୁ ସ୍ବେଛାସେବୀ ବାବୁଲି, ବୁଦ୍ଧିଆ ବୁଗୁଡ଼ାଇ,ତପନ ନାୟକ, ବୁବୁନା ପଟନାୟକ, ଗଜେନ୍ଦ୍ର ଗିରି ଙ୍କ ସହଯୋଗ ରେ ଟ୍ରାକ୍ଟର ମାଧମରେ ଶବ କୁ ଉଠାଇ ସତ୍କାର ପାଇଁ ନେଇଯାଇଥିଲେ

Leave A Reply

Your email address will not be published.