ରକ୍ତଦାନ ଶିବିର ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ଛାତ୍ର ବିଜେଡ଼ି।

0

“କରିବା ରକ୍ତଦାନ ବଞ୍ଚାଇବା ଜୀବନ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିବସ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଓୟୁଏଟି କ୍ୟାମ୍ପସ ରେ ଆୟୋଜିତ ରକ୍ତଦାନ ଶିବିରରେ ୪୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି |
ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଓୟୁଏଟି କୁଳପତି ଡ଼ ପ୍ରଭାତ ରାଉଲ ପ୍ରମୁଖ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର,ବିଜୁ ଜନତା ଦଳ ଖୋର୍ଦ୍ଧା ସଭାପତି ବିଭୂତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ସୁଲତା ଦେଓ, ବରିଷ୍ଠ ସମାଜସେବୀ କୈଳାଶ ପାତ୍ର, ସନ୍ତୋଷ ବେଜ, ମନ୍ଦାକିନୀ କର, ହରିଶଙ୍କର ରାଉତ, ବଦ୍ରିନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଛାତ୍ର ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ବରିଷ୍ଠ ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ, ଉପସଭାପତି ସମୀର ଦାସ, ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି ସାହୁ ବିଜୁ ବାବୁ, ଅନିକେତ ପୁରୁଷୋତ୍ତମ, ଜୁନାଇଦ ସମେତ ଓୟୁଏଟି ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟି ପ୍ରମୁଖ ପରିଚାଳନା କରିଥିଲେ।
ଏହି ଅବସରରେ ବିଜୁ ଜନତା ଦଳର କର୍ପୋରେଟର ଅମରେଶ ଜେନା, ଶ୍ରୀଧର ବେହେରା, ଅଶ୍ୱିନୀ ସୁନ୍ଦରରାୟ, ମହାମାୟା ସ୍ୱାଇଁ , ଛାତ୍ର ବିଜେଡ଼ି ରାଜ୍ୟ ମହାସଚିବ ଇପ୍ସିତା ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ , ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅଜିତ୍ ବେହେରା,ଉପସଭାପତି ସଂକେତ ରାୟ, ରଶ୍ମିରେଖା ମଲ୍ଲିକ,ଅରୂପ ଶ୍ରୀଚନ୍ଦନ ରାଜ୍ୟସାଧାରଣ ସମ୍ପାଦକ ଅଶୋକ ନାୟକ, ସଂଜୀବ ସ୍ୱାଇଁ,ଅସିତ ଦାସ, ଅସ୍ମିତ ଦାସ,ଦେବୀ ପ୍ରସାଦ ଲେଙ୍କା,ରାଜ୍ୟ ସମ୍ପାଦକ ଦେବୁ ପ୍ରସାଦ, ବାପୁନ ମେକାପ, ଶୁଭଙ୍ଗୀ ରାୟ, ଅସଶ୍ରୀ ସାହୂ,ରାଜେଶ ପାଣି ଓ ଏକାମ୍ର ଛାତ୍ର ବିଜେଡ଼ି ସଭାପତି ସମେତ ଅନେକ ବିଜୁ ଜନତା ଦଳର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦ ଯୋଗଦାନ କରିଥିଲେ।

Leave A Reply

Your email address will not be published.