ଭଞ୍ଜନଗର: ବିଭିନ୍ନ ପୁରୁଣା ମାମଲାର ତୁରନ୍ତ ଫଳସଲା ନିମନ୍ତେ ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୧୦ବର୍ଷ ଓ ତାହାଠାରୁ ଉର୍ଦ୍ଧ୍ବ ପୁରୁଣା ଭିଜିଲାନ୍ସ ମାମଲା ଗୁଡ଼ିକ ରହିଥିଲା। ମୋଟ ୮ଟି ମାମଲା ମଧ୍ୟରୁ ଶନିବାର ୬ଟି ମାମଲାର ଫଇସଲା କରାଯାଇଛି।ଏଥିରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଡ଼. ଅରୁଣ କୁମାର ସାହୁଙ୍କ ସମେତ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ମାମଲା ଗୁଡ଼ିକ ପରିଚାଳନା କରିଥିଲେ।ସେହିପରି ଗଞ୍ଜାମ ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ମଧ୍ୟାହ୍ନରେ ଭଞ୍ଜନଗର ଏଡ଼ିଜେ କୋର୍ଟ ପରିଦର୍ଶନ କରିବା ସହ ଆଇନଜୀବି ମାନଙ୍କ ସହ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ।ଏଥିରେ ଭଞ୍ଜନଗର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ,ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର,କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ,ଆଇନଜୀବି ସନ୍ତୋଷ ତିଆଡ଼ି, ଏମ. ତାଜ ଆଦେନୀ,ରବୀନ୍ଦ୍ରନାଥ ଦାସ, ଖରା°ଶୁ ଶେଖର ଦାସ, ରାଜେନ୍ଦ୍ର ପ୍ରଧାନ,ମନୋଜ ପଟ୍ଟନାୟକ, ସମୀର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post