ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ଯୁବ ବିଜେଡ଼ି ବ୍ଲକ ସଭାପତି ଜ୍ଞାନରଂଜନ ରାଉତଙ୍କ ସାନଭାଇ ମନୋରଂଜନ ରାଉତଙ୍କ ୩ତାରିଖ ଦିନ ମୃତ୍ୟୁବରଣ ଘଟିଥିଲା । ଆଜି ତାଙ୍କର ଦ୍ୱାଦଶହ କର୍ମ ଉପଲେକ୍ଷ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ଲାଲବାଗ ସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ, ବିପ୍ଳବ କାପ, ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ସମାଜସେବୀ ବ୍ରଜମୋହନ ପଣ୍ଡା, ଅନିଲ ଭୂୟାଁ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିନୋଦ ସାମଲ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସୁଶାନ୍ତ ନାୟକ, ସରପ ପ୍ରମୋଦ କୁମାର ପରିଡ଼ା, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ସତ୍ୟଜିତ୍ ମହାପାତ୍ର, ହୃଷିକେଶ ସ୍ୱାଇଁ ଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମୀ, ସମାଜସେବୀ ଓ ଗ୍ରାମବାସୀମାନେ ଯୋଗଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ମନୋରଂଜନଙ୍କ ସ୍ମୁତୀ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.