ରେଢାଖୋଲ :- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ମହତପୁର ଗ୍ରାମର ସୋଲାର ପାନୀୟ ଜଳ ପ୍ରକଳ୍ପର ସୋଲାର ପ୍ଲେଟ୍ ଚୋରି ହୋଇଛି । ଫଳରେ ଆଜିକୁ ୧୦ଦିନ ହେବ ପାଣି ନ ପାଇ ଲୋକେ ହଇରାଣ ହେଉଛନ୍ତି। ମହତପୁର ଗାଁରେ ସୋଲାର ଚାଳିତ ଏକ ପାନୀୟ ଜଳ ପ୍ରକଳ୍ପ ରହିଛି। ଏଠାରୁ ମହତପୁର ସମେତ ବିଶିପାଲି, ଧଉରାଖମନକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ତବେ ୧୦ଦିନ ତଳେ ଏହି ପ୍ରକଳ୍ପରେ ଲାଗିଥିବା ୬ଟି ସୋଲାର
ପ୍ଲେଟ୍ ଚୋରି ହୋଇଯାଇଛି। ଫଳରେ ଏହି ସବୁ ଗାଁର ଲୋକେ ପାଣି ନ ପାଇ ହଇରାଣ ହେଉଛନ୍ତି। ଏ ବାବଦରେ ଗ୍ରାମବାସୀ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏ ବାବଦରେ ଗ୍ରାମ୍ୟଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବସ୍ମିତା ନାଏକଙ୍କୁ ଯୋଗାଯୋଗ କରିବାରୁ ବିଭାଗ ପାଖରେ ଚୋରି ସମ୍ପର୍କିତ ଖବର ନଥିବା କହିଛନ୍ତି | ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି I
Sign in
Sign in
Recover your password.
A password will be e-mailed to you.