ନାହାଙ୍ଗ ପଂଚାୟତ କାର୍ଯ୍ୟାଳୟରେ ମାଗଣା ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର

0

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ବ୍ଲକ ନାହାଙ୍ଗ ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ପଂଚାୟତର ସରପଂଚଙ୍କ ପ୍ରତିନିଧି ଦେବରଂଜନ ମହାନ୍ତିଙ୍କ ସଂଯୋଜନାରେ ଏକ ମାଗଣା ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ ଅ ଳର ବୃଦ୍ଧ,ବୃଦ୍ଧା, ଜନସାଧାରଣ ଯୋଗଦାନ କରି ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ଦିଲ୍ଲୀପ ସାମଲ, ଡ଼ଃ ସନ୍ତୋଷ କୁମାର ସାହୁ, ଚକ୍ଷୁ ବିଶେଷଜ୍ଞ ଅମୀୟ କୁମାର ପାତ୍ର, ବ୍ଲକ ସଂଯୋଜକ ନିରଞ୍ଜନ ବସ୍ତିଆ, ପାରାମେଡ଼ିକାଲ ଷ୍ଟାଫ ମମତା ଭୂୟାଁ, ରଶ୍ମିତା ମଲିକ, ଜିଆରଏସ ସୁକାନ୍ତ କୁମାର ମାଢେଇ, ପଂଚାୟତ ନିର୍ବାହୀ ଅଧିକାରୀ କୈଳାଶଚନ୍ଦ୍ର ବେହେରା, ଚି ରଂଜନ ଧଳ, ସମରେଶ ସ୍ୱାଇଁ, ଭଜଗୋବିନ୍ଦ ମିଶ୍ର, ସାମ୍ବାଦିକ ବସନ୍ତ ସାମଲ, ସମାଜସେବୀ ବିଜୟ କୁଅଁର, ଶ୍ରୀନିବାସ ସେନାପତି, ଉମେଶ ମହାନ୍ତି, ସୁଶାନ୍ତ ଦାସ, ନଗେନ ସ୍ୱାଇର୍ଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶିବିରରେ ଓପିଡ଼ି ରୁ ୫୦ ଜଣ ଓ ସର୍ଜରୀ ରୁ ୨୦ ଜଣଙ୍କୁ ପରୀକ୍ଷା କରାଯାଇଅଛି ।

Leave A Reply

Your email address will not be published.