ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଞ୍ଚାୟତ ପାଣ୍ଡ୍ରୀଶିଳା ଗ୍ରାମରେ ଆଜି ରବିବାର ଦିନ ଗ୍ରାମର ଜଣେ ଯୁବକ ନିଜ ପତ୍ନୀର ମୁହଁରେ ବିଷ ଚିଞ୍ଚୀ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ପାଣ୍ଡ୍ରୀଶିଳା ଗ୍ରାମରେ ଖ୍ରୀଷ୍ଟିଆନ ମାନଙ୍କ ପର୍ବ ପାଳନ କରି ଘରକୁ ଫେରି ଯୁବକ ଫିଲମନ୍ ଖେଶ୍ ନିଜ ପତ୍ନୀ ପରମିଳା ଖେସ୍ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା।ଯାହାଫଳରେ କି ଫିଲମନ୍ ଉତ୍ତ୍ୟକ୍ତ ହୋଇ ନିଜ ପତ୍ନୀ ଙ୍କ ମୁହଁରେ ବିଷ ଛ୍ଞ୍ଚି ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଖବର ଗ୍ରାମବାସୀ ମାନେ ଜାଣିବା ପରେ ଯୁବକଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ କୁ ଆଣି ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି I
Sign in
Sign in
Recover your password.
A password will be e-mailed to you.
Next Post