ରେଢ଼ାଖୋଲ /ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଠାରେ ଶନିବାର ଦିନ ରେଢ଼ାଖୋଲ ବ୍ଲକ ଜୋନ୍ ସ୍ତରୀୟ ବିଜେଡି ଦଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ନେତା ଉଦିତ ତ୍ରିପାଠୀ ଙ୍କ ନେତୃତ୍ଵ ପଦଯାତ୍ରା ରେ ରେଢ଼ାଖୋଲ ବିଧାୟକ ତଥା ରାଜ୍ୟ ସରକାର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଚାରମାଳ ସୁବିଧା କେନ୍ଦ୍ର ଠାରୁ ଆରମ୍ଭ ହୋଇ ଗାଁ ପରିକ୍ରମା କରି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ। ଏହି କଲ୍ୟାଣ ମଣ୍ଡପ ଠାରେ ଏକ ବିଜେଡି ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ୨୦୨୪ ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଆଲୋଚନା କରିଥିଲେ। ଏହି ବୈଠକ ରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଶ୍ରାବଣୀ ଭୋଇ, ଜିଲ୍ଲା ଉପସଭାପତି ଅନାଦି ସାହୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପଦଯାତ୍ରା ରେ ରମାକାନ୍ତ ନନ୍ଦ, ଗୋବର୍ଦ୍ଧନ ପ୍ରଧାନ, ଯୋଗେଶ ହୋତା, ଈଶ୍ୱର ବିଶ୍ଵାଳ, ନୀଳାମ୍ବର ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, ଆମ୍ବୁଜ ନାୟକ, କାର୍ତ୍ତିକ ବିଶ୍ଵାଳ, ଗୋବିନ୍ଦ ସାହୁ, ଅଦିତ୍ ଦେଓ, ଜଗନ୍ନାଥ ଦାସ, ହରି ରଣା, ଉମାକାନ୍ତ ପ୍ରଧାନ, ଶରତ ସାହୁ ଓ ରମାକାନ୍ତ ଗଡ଼ନାୟକ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post