ପାଲକ୍କଡ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହେବ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଛି | ପୋଲିସର କହିବା ଅନୁଯାୟୀ, କେରଳର ପାଲକ୍କଡ ଜିଲ୍ଲାର ଭାଡାକକେଞ୍ଚିରୀରେ ଏକ ଘରୋଇ ପର୍ଯ୍ୟଟନ ବସ୍ ଏବଂ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ମଧ୍ୟରେ ଧକ୍କା ହୋଇଥିଲେ | ଫଳରେ ପାଞ୍ଚ ଜଣ ଛାତ୍ରଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ବୁଧବାର ରାତି ପ୍ରାୟ 11.30 ସମୟରେ ଏହି ଦୁର୍ଘଟଣା ଘଟିଛି ଓ ଏହି ଦୁର୍ଘଟଣାରେ ପ୍ରାୟ 40 ଜଣ ଆହତ ହୋଇଥିବା ଭାଡାକକେଞ୍ଚିରୀ ଥାନାର ଜଣେ ଅଧିକାରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.