ଭୁବନେଶ୍ୱର : ସଠିକ୍ ଚିକିତ୍ସା ଅଭାବରୁ ଅନିଶ୍ଚିତତା ଭିତରେ ଥିଲା ଜିତେନ୍ଦ୍ରଙ୍କ ଜୀବନ | ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ସୁଦୂର ତାମିଲନାଡୁରୁ ଆସି ଓଡ଼ିଶାରେ ଚିକିତ୍ସା ସେବା ପାଇଲେ ଜିତେନ୍ଦ୍ର ।
ସୂଚନାନୁସାରେ,ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ବାସିନ୍ଦା ଜିତେନ୍ଦ୍ର ପ୍ରଧାନ(୩୪)ସପ୍ତାହେ ପୂର୍ବରୁ ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭେଲ୍ଲୋରସ୍ଥିତ ଏକ ସରକାରୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗି ଭାଙ୍ଗିଯାଇଥିଲା । ତାଙ୍କ ବଡ଼ ଭାଇ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଦେଖିବା ପରେ ସେଠାରେ ଭଲ ଚିକିତ୍ସା ହେଉନଥିବାର ଅନୁଭବ କରିଥିଲେ ।
ପରେ ଜିତେନ୍ଦ୍ରଙ୍କୁ ଭୁବନେଶ୍ଵର ନେଇ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ମନସ୍ଥ କରିଥିଲେ ଏବଂ ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାର ସଦସ୍ୟ ଶ୍ରୀମତୀ ଭାରତୀ ସିଂହଙ୍କୁ ଅନୁରୋଧ କରିଥିଲେ । ଶ୍ରୀମତୀ ସିଂହ ଏ ସମ୍ପର୍କରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଓଡ଼ିଶା ମୋ ପରିବାର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତଙ୍କୁ ଜଣାଇଥିଲେ ଏବଂ ପରେ, ଶ୍ରୀମତି ସିଂହ ଓ ଶ୍ରୀ ରାଉତ ଓଡ଼ିଶା ମୋ ପରିବାର ଆବାହକଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ ।
ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶନାରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ ଭେଲ୍ଲୋରରୁ ଭୁବନେଶ୍ଵର ଅଣାଯାଇଥିଲା । ଶ୍ରୀମତୀ ଭାରତୀ ସିଂହଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହି ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ହସ୍ପିଟାଲ ପଠାଇବାକୁ ବ୍ୟବସ୍ଥା କରିଥିଲେ ।
ଏଭଳି ସଙ୍କଟମୟ ପରିସ୍ଥିତିରେ ଜିତେନ୍ଦ୍ରଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ୍ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post