(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମ ପଞ୍ଚାୟତ ଯୁବ ସମାଜସେବୀ ଜ୍ଞାନରଞ୍ଜନ ରାଉତ ଙ୍କ ଉପରେ ଦୃଢ ଆସ୍ଥା, ବିଶ୍ୱାସ, ଭରସା, ସ୍ନେହ ଓ ଭଲପାଇବା ରଖି ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି l ଏହି ଅବସରରେ ଶ୍ରୀ ରାଉତ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ବିଜୁ ଜନତା ଦଳ ନୀତି ଆଦର୍ଶ ରେ ରହି ଲୋକମାନଙ୍କ ପାଇଁ ସେବାମୂଳକ କାର୍ଯ୍ୟ କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି l ନବନିଯୁକ୍ତ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଜ୍ଞାନରଞ୍ଜନ ରାଉତ(ଗଉଆ)ଙ୍କୁ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠି, ବ୍ଲକ ପ୍ରାକ୍ତନ ଅଧକ୍ଷ ଗିରିଶରଂଜନ ମହାପାତ୍ର,ଜିଗ୍ନୀପୁର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ସମାଜସେବୀ ବ୍ରଜମୋହନ ପଣ୍ଡା, ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ପ୍ରମୋଦ କୁମାର ସ୍ୱାଇଁ, ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ସମେତ ସମସ୍ତ ବ୍ଲକ ବିଜୁ ଜନତା ଦଳ ନେତୃବୃନ୍ଦ, ବ୍ଲକ ଯୁବ ଜନତା ଦଳ କର୍ମୀ, ବ୍ଲକ ଯୁବ ଛାତ୍ର ଜନତା ଦଳ କର୍ମୀମାନେ ଢେରସାରା ଅଭିନନନ୍ଦନ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post
Next Post