କୈବଲ୍ୟ କୃଷକ ଉତ୍ପାଦକ ସଂଗଠନର ବାର୍ଷିକ ଅଧିବେଶନ l

0

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ଗଣକବି ଶିଳ୍ପ ତାଲିମ କେନ୍ଦ୍ର ଠାରେ “କୈବଲ୍ୟ କୃଷକ ଉତ୍ପାଦକ ସଂଗଠନ”ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ୮ ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ କରାଯାଇଥିବା ଏହି ସଙ୍ଗଠନରେ ୩ ଶହ ପଚାଶରୁ ଅଧିକ ଅଗ୍ରଣୀ କୃଷକ ସଦସ୍ୟ ଥିବା ଜଣା ପଡିଛି l ସଂଗଠନର ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ବୈଠକରେ ସଭାପତିତ୍ୱ କରିଥିଲେ l
ଅନ୍ୟତମ ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,କବି ନାରାୟଣ ମୁଦୁଲି, କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି,ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ମିଶ୍ର,ବ୍ଲକ ଉଦ୍ୟାନକୃଷି ଅଧିକାରୀ ଦିବାକର ସାହୁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ସ୍ୱାର୍ଥ ସମ୍ବଳିତ ବହୁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବିକାଶ ରାଉତ, ରାହାସ ବିହାରୀ ନାୟକ, ଅନନ୍ତ ଚନ୍ଦ୍ର ପଣ୍ଡା, ସୁରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ l କୃଷକ ମାନେ କିପରି ସରକାରୀ ମଣ୍ଡିରେ ଉଚିତ ମୂଲ୍ୟରେ ଧାନ ବିକ୍ରୀ କରିପାରିବେ ଏବଂ ଗୋ-ପାଳକ ମାନେ କିପରି ଦୁଗ୍ଧଜାତ ପଦାର୍ଥ ବିକ୍ରୀ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମିଶନଶକ୍ତିର ସଦସ୍ୟା ଏବଂ ସ୍ଥାନୀୟ ଅଂଚଳର ବହୁ କୃଷକ ଯୋଗଦେଇଥିଲେ l ଆଙ୍କର -କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ଗଣକବି ଶିଳ୍ପ ତାଲିମ କେନ୍ଦ୍ର ଠାରେ “କୈବଲ୍ୟ କୃଷକ ଉତ୍ପାଦକ ସଂଗଠନ”ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି !
୮ ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ କରାଯାଇଥିବା ଏହି ସଙ୍ଗଠନରେ ୩ ଶହ ପଚାଶରୁ ଅଧିକ ଅଗ୍ରଣୀ କୃଷକ ସଦସ୍ୟ ଥିବା ଜଣା ପଡିଛି l ସଂଗଠନର ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା ବୈଠକରେ ସଭାପତିତ୍ୱ କରିଥିଲେ l ଅନ୍ୟତମ ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,କବି ନାରାୟଣ ମୁଦୁଲି, କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି,ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ମିଶ୍ର,ବ୍ଲକ ଉଦ୍ୟାନକୃଷି ଅଧିକାରୀ ଦିବାକର ସାହୁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ସ୍ୱାର୍ଥ ସମ୍ବଳିତ ବହୁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବିକାଶ ରାଉତ, ରାହାସ ବିହାରୀ ନାୟକ, ଅନନ୍ତ ଚନ୍ଦ୍ର ପଣ୍ଡା, ସୁରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
କୃଷକ ମାନେ କିପରି ସରକାରୀ ମଣ୍ଡିରେ ଉଚିତ ମୂଲ୍ୟରେ ଧାନ ବିକ୍ରୀ କରିପାରିବେ ଏବଂ ଗୋ-ପାଳକ ମାନେ କିପରି ଦୁଗ୍ଧଜାତ ପଦାର୍ଥ ବିକ୍ରୀ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମିଶନଶକ୍ତିର ସଦସ୍ୟା ଏବଂ ସ୍ଥାନୀୟ ଅଂଚଳର ବହୁ କୃଷକ ଯୋଗଦେଇଥିଲେ l

Leave A Reply

Your email address will not be published.