ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ଥିବା ଭେଙ୍କଟଶ୍ବର ମନ୍ଦିର , ଜାମିଆ ମସଜିଦ୍ ଓ ବାପ୍ ଟିଷ୍ଠ ଚର୍ଚ୍ଚ ଠାରେ ପ୍ରସ୍ତୁତ ହୋଇଥିବା ସୂଚନା ଫଳକ କୁ ଉଦଘାଟନ କରିଥିଲେ।
ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସୁଚାଇ ଥିଲେ ଯେ ପୌରପରିଷଦ ଠାରେ ଚିହ୍ନଟ ହୋଇଥିବା ବିବାହ ସମ୍ପନ୍ନ କରୁଥିବା ୮ଟି ମନ୍ଦିର , ୫ ଟି ଚର୍ଚ୍ଚ ଓ ୩ ଟି ମସଜିଦ୍ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୂଚନା ଫଳକ ପ୍ରସ୍ତୁତ କରାଯିବ ତତ୍ ସହିତ ଜିଲ୍ଲାରେ ବିବାହ ସମ୍ପନ୍ନ କରୁଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଚର୍ଚ୍ଚ ଗୁଡିକରେ ସୂଚନା ଫଳକ ମାଧ୍ୟମରେ ବାଲ୍ଯ ବିବହ କୁ ବିରୋଧ କରିବା ସହ ରୋକାଯିବ। ଜିଲ୍ଲାକୁ ୨୦୨୨ ଶେଷ ସୁଦ୍ଧା ବାଲ୍ଯ ବିବହ ମୁକ୍ତ କରିବା ନିମନ୍ତେ ଏହି ଅଭିନବ ପ୍ରୟାସ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ,
ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜୁବୁଲି ବେହେରା , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ୟୁନିସେଫ ର କର୍ମକର୍ତ୍ତା ଶ୍ରୀମତୀ ନେହା ନାଇଡୁ , (UNFPA) ଉନ୍ଫପା ର କର୍ମକର୍ତ୍ତା , ସୁଶ୍ରୀ ନିକିତା ସିଶୋଦିଆ , ଶ୍ରୀଯୁକ୍ତ ବାଞ୍ଛାନିଧି ଦୁର୍ଗା, ଏକ୍ସନ ଏଡ଼ , ଶ୍ରୀ ବିକାଶ କୁମାର ମେହେର ଜିଲ୍ଲା ସଂଯୋଜକ ଏକ୍ସନ ଏଡ, ମନ୍ଦିର କମିଟି, ମସଜିଦ୍ କମିଟି ଓ ଚର୍ଚ୍ଚ କମିଟିର କର୍ମକର୍ତ୍ତା , ପାରଳାଖେମୁଣ୍ଡି ପୌରପାଳିକାର ସମସ୍ତ କର୍ମକର୍ତ୍ତା , ଏକ୍ସନ ଏଡର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.