ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହାନିର୍ଦ୍ଦେଶକଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

0

ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତିବିଶିଷ୍ଟ ସେବା ମେଡ଼ାଲପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜି,ଏନ୍‌ସିସି) ଲେଫ୍‌ଟନାଣ୍ଟ ଜେନେରାଲ ଗୁରୁବୀରପାଲ୍‌ ସିଂ ସଂପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟ ଏବଂ ଦେଶକୁ ଗଢ଼ିତୋଳିବା ପାଇଁ ସେମାନେ ନେଉଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ନିର୍ଦ୍ଦେଶାଳୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ, ରଚନାତ୍ମକ କାର୍ଯ୍ୟରେ ସଶକ୍ତ କରିବାରେ ଏବଂ ଦୁଃସାହସିକ କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ନେବା ସହ ଦେଶଭକ୍ତି, ନେତୃତ୍ୱ ଗ୍ରହଣ, ଦକ୍ଷତା ବିକାଶ, ସମାଜସେବୀ, ନିର୍ମଳ ପରିବେଶ, କ୍ରୀଡ଼ା ଓ ଲିଙ୍ଗଗତ ସମାନତା ପାଇଁ ଗ୍ରହଣ କରୁଥିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବିଷୟ ନେଇ ବିଶଦ ଆଲୋଚନା ହୋଇଥିଲା । ମହାନିର୍ଦ୍ଦେଶକ ଶ୍ରୀ ସିଂ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ରେଷ୍ଟ ପ୍ରଦାନ କରିଥିଲେ ।
ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବଲପୁର ଜିଲ୍ଲାରେ ପଞ୍ଚମ ଏନ୍‌ସିସି ନାଭାଲ୍‌ ୟୁନିଟ୍‌ ପ୍ରତିଷ୍ଠା ତଥା ମହାବିଦ୍ୟାଳୟରେ କ୍ୟାଡେଟ୍‌ ସଂଖ୍ୟା ବୃଦ୍ଧି ସଂପର୍କରେ ମହାନିର୍ଦ୍ଦେଶକଙ୍କ ସହ ବିଶଦ ଆଲୋଚନା କରିଥିଲେ ।
ଉକ୍ତ ପରିଦର୍ଶନ ସମୟରେ ଉପମହାନିର୍ଦ୍ଦେଶକ କମୋଡ଼ର ସୋମେନ୍‌ ବାନାର୍ଜୀ , କର୍ଣ୍ଣେଲ ସାଗର କେ. ମହାନ୍ତି ନିର୍ଦ୍ଦେଶକ, ଏନ୍‌ସିସି ନିର୍ଦ୍ଦେଶାଳୟ, ଓଡ଼ିଶା ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.