ସିମୁଳିଆ (ଅକ୍ଷୟ କୁମାର ଜେନା): ସିମୁଳିଆ ଥାନା ଜାତୀୟ ରାଜପଥ 16 ମଇତାପୁର ଠାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ରେ ଜଣେ ଗାଡି ଚାଳକ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଜାତୀୟ ରାଜପଥ 16 ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ ବଡ ଗାଡ଼ ,ଡାଇଭରସନ, ସିଙ୍ଗଲ ୱେ କରା ଯାଇ ତଥା ରାସ୍ତା କାମ ବିଳମ୍ବ ହେବାରୁ ପ୍ରାୟ ଦୁର୍ଘଟଣା ହେଉଥିବା ବେଳେ ଆଜି ଭୋର୍ ସମୟ ରେ ଆଇରନ ବୋଝେଇ ମାଲବାହୀ ଗାଡି ସହ ଏକ କୋରିୟର ଗାଡ଼ି ମୁହାଁମୁହିଁ ଧକ୍କା ଦେବାରୁ ଦୁଇ ଜଣ ଆହତ ହୋଇ ଥିବା ବେଳେ ଜଣେ ଗାଡି ଚାଳକ ଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିଲେ | ଆହତଙ୍କୁ ପ୍ରଥମେ ସିମୁଳିଆ ମେଡ଼ିକାଲରେ ଚିକିତ୍ସା କରାଯିବ ପରେ ଭଦ୍ରକ ମେଡ଼ିକାଲ ଚିକିତ୍ସା ପାଇଁ ପଠା ଯାଇଛି। ଦୁର୍ଘଟଣା ଏତେ ଜୋର ରେ ଶଦ୍ଦ ହେଲା ଯେ ସ୍ଥାନୀୟ ଲୋକ ମାନଙ୍କ ନିଦ ହଜେଇ ଦେଇଥିଲା। ଅନେକ ସମୟ ରେ ସିଙ୍ଗଲ ୱେ ଯୋଗୁଁ ଘଣ୍ଟା ଘଂଟା ଗାଡ଼ି ଜାମ ସାଙ୍ଗକୁ ପ୍ରବଳ ମାତ୍ରା ରେ କୁଢ଼ା ଯାଇଥିବା ଫ୍ଲାଏଆସ ପାଉଡର ଉଡ଼ି ଲୋକ ଙ୍କୁ ଅସ୍ତବ୍ୟସ୍ତ କରୁଥିବା ନଜର ଆସୁଛି।ସୂଚନାରୁ ପ୍ରକାଶ ମଇତାପୁର ରୁ ଫୁଲାଡି ରାସ୍ତା କାମ ବ୍ରିଜ ଗୋପାଳ କନଷ୍ଟ୍ରକସନ୍ ହାତ କୁ ନେଇ ଥିବାବେଳେ ଧିମା କାମ ଯୋଗୁଁ ଜନଜୀବନ କୁ ନଷ୍ଟ ହେଉଥିବା ବେଳେ ପ୍ରଶାସନ ର ଉଦାସୀନତା ଦୁଃଖ ର କାରଣ ପାଲଟିଛି।
Sign in
Sign in
Recover your password.
A password will be e-mailed to you.