ନବ ନିର୍ମାଣ କୃଷକ ସଂଗଠନ ର ବିଶାଳ ଚାଷୀ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ବୈଠକ

0

ଖୋର୍ଦ୍ଧା /ବାଣପୁର(ସେକ କୌଶର): ଅକ୍ଟୋବର ୧୪ ଠାରୁ ନବ ନିର୍ମାଣ କୃଷକ ସଂଗଠନ ର ବିଶାଳ ଚାଷୀ ସତ୍ୟାଗ୍ରହ ପାଇଁ ଆଜି ବାଣପୁର ବ୍ଲକ ନନ୍ଧପୁର ପଞ୍ଚାୟତ ସରନଇ ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନବ ନିର୍ମାଣ କୃଷକ ସଂଘଠନ ର ରାଜ୍ୟ ସଭାପତି ଏମ ଡି ମନୱାର ଅଲ୍ଲୀ ଆହ୍ବାନ କ୍ରମେ ନିଜେ ଯୋଗ ଦେଇଥିଲେ। ଚାଷୀ ମାନଙ୍କ ନାୟଦାବି ପାଇଁ ସେ ସମ୍ପର୍କ ରେ ଆଲୋଚନା କରିଥିଲେ କିପରି କେନ୍ଦ୍ର ସରକାର ୨୨ ବର୍ଷ ଭିତରେ ଚାଷୀ ମାନଙ୍କୁ ପତିଶୃତି ଦେଇଥିବା କଥା ରଖି ନାହାନ୍ତି। ଦାବି ଏହାକି ପ୍ରତେକ୍ ଚାଷୀ ଙ୍କୁ ୨୦ ବର୍ଷର ଭତା ଦିଆ ଯାଉ ଏବଂ ଧାନ ୧୦୦କିଲୋ ତିନି ହଜାର ଟଙ୍କା କରାଯାଉ ପ୍ରତେକ ବୁଢ଼ା ବୁଢ଼ୀ ଙ୍କୁ ୨୦୦୦ ଟଙ୍କା ବାଧକ୍ଷ ଭତା କରାଯାଉ, ପ୍ରତେକ ଜମି କୁ ଚାଷ ପାଇଁ ବିଜୁଳି ମୁକ୍ତ କରାଯାଉ। ଏ ସବୁ ଦାବି ନେଇ ନବ ନିର୍ମାଣ କୃଷକ ସଂଘଠନ ର ବିଶାଳ ଚାଷୀ ସତ୍ୟଗ୍ରହ କରାଯିବ ବୋଲି ରାଜ୍ୟ ଯୁବ ସଭାପତି ଏମ ଡି ମନୱାର ଅର୍ଲୀ କହିଛନ୍ତି। ଏହି ସଭାରେ ବାଣପୁର ଯୁବ ନେତତ୍ୱ ସେକ୍ କୌଶର, ଲକ୍ଷ୍ମୀଧର ପଣ୍ଡା, ପଦ୍ମଚରଣ ସ୍ୱାଇଁ,ଲକ୍ଷ୍ମୀଧର ଜେନା ଏବଂ ଅନ୍ୟ ସଦସ୍ୟ ସଭାରେ ଯୋଗ ଦେଇ ଥିଲେ।

Leave A Reply

Your email address will not be published.