ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ବ୍ଲକ୍ ବିକ୍ରମପୂର ମଣ୍ଡଳ ଅନ୍ତର୍ଗତ ମନ୍ତ୍ରୀଗୁଡ଼ା ଠାରେ ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ ତ୍ତମ ଜନ୍ମଦିବସ ପାଳିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ କଂସ ଜୟନ୍ତୀ ଉତ୍ସବ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ ପଣ୍ଡିତ ଦିନ ଦୟାଲଜୀଙ୍କ ଜୀବନୀ ବିଷୋୟରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ୯୩ତମ ମନ୍ କି ବାତ କାର୍ଯ୍ୟକ୍ରମ ଗ୍ରାମର ଶତାଧିକ ଲୋକଙ୍କ ସହ ଶୁଣିଥିଲେ।ଶେଷରେ ମଣ୍ଡଳ ସଭାପତି ଶ୍ରୀ ଗୋକୁଳ ବିଷୋୟୀ ଙ୍କ ସଭାପତିତ୍ବରେ ମନ୍ତ୍ରିଗୁଡ଼ା ୮୩ ନମ୍ବର ବୁଥର ୨୫ ଜଣିଆ ସଶକ୍ତ ବୁଥ କମିଟି ଗଠନ କରାଯାଇଥିଲା ଆଜିର ବୈଠକରେ ମନ୍ତ୍ରିଗୁଡା ଗ୍ରାମପଂଚାୟତ ସରପଞ୍ଚ ଶ୍ରୀ ଯୁଧିଷ୍ଠିର ଜାନି,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ମଦନ ଭକ୍ତ,ବାବୁଜୀ ବିଷୋୟୀ,ଜଗବନ୍ଧୁ ଗୋଣ୍ଡା,ପ୍ରଶାନ୍ତ ବିଷୋୟୀ,ପ୍ରଫୁଲ୍ଲ ଭକ୍ତ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.