ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

0

 ଭୁବନେଶ୍ବର: ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର ।

ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୭୨ବର୍ଷୀୟା ବାସିନ୍ଦା ନିସାରନ ବିବି ହୃଦ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ସନ୍ସାଇନ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚାଲିଥିଲା। ଦୁର୍ଭାଗ୍ୟବଶତଃ, ସେ ଗତ ସେପ୍ଟେମ୍ବର ୨୪ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ମୃତଦେହ ନିଜ ଘରକୁ ଫେରାଇ ନେବାକୁ ଅସମର୍ଥ ଥିଲେ । ସେମାନେ ଅସହାୟ ହୋଇ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ନେତା ମହମ୍ମଦ ଅଲ୍ଲୀ,ଜାଭେଦ୍ ଖାଁ ଏବଂ ଦିଲଦାର୍ ମହମ୍ମଦଙ୍କୁ ଯୋଗାଯୋଗ କରିଥିଲେ । ସଂପୃକ୍ତ ନେତା ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଏ ସଂପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପଦକ୍ଷେପ ନେଇ ହସ୍ପିଟାଲରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେବା ସହିତ ମୃତ ମହିଳାଙ୍କ ଶବ ଭଦ୍ରକସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଯାତାୟାତ ବ୍ୟବସ୍ଥା କରିଥିଲେ ।
ଏଭଳି ପରିସ୍ଥିତିରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢ଼ାଇଥିବାରୁ ମୃତ ମହିଳାଙ୍କ ପରିବାର ବର୍ଗ ମାନ୍ୟବର ମୂଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.