ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ରେ ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ପର୍ବ

0

 ଜଗତସିଂହପୁର/ ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଧାୟକ ଶ୍ରୀ ଦାସଙ୍କୁ ସମାଜସେବୀ ପ୍ରଭାସ ବେହେରାଙ୍କ ନେତୃତ୍ୱରେ ମୋଟରସାଇକେଲ ରାଲି ଦ୍ୱାରା ସ୍ୱାଗତ କରାଯିବାସହ ଉଦଘାଟନ ସ୍ଥଳକୁ ନିଯାଇଥିଲା l ପ୍ରଥମେ ବିଧାୟକ ଶ୍ରୀ ଦାସ ଶଙ୍ଖେଶ୍ୱର ଲକ୍ଷ୍ମୀ ନାରାୟଣ ହାଟରୁ ବଡଜୀଙ୍ଗଲ ସମୀର ବେହେରା ମାର୍ଗ ୫ ସହ ମିଟର କଂକ୍ରିଟ ରାସ୍ତା ୧୨ ଲକ୍ଷ୍ୟ ରୁ ଉର୍ଦ୍ଧ ରାସ୍ତା କୁ ଉଦଘାଟନ କରିବା ପରେ ଖଇଫୁଟା ଠାରେ ୨ ଲକ୍ଷ ବ୍ୟୟ ବରଦାରେ କମ୍ୟୁନିଟି ଘର ଉଦଘାଟନ, ଶଙ୍ଖେଶ୍ୱର ରାଜସ୍ୱ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିବା ବେଳେ ଜନାର୍ଦନପୁର ଗ୍ରାମରେ ଅଙ୍ଗନବାଡି ଘରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ସରଳପୁର ଠାରେ ସୁ ଉଚ୍ଚ ପାଣି ଟାଙ୍କି ପ୍ରଭୃତି ଉଦଘାଟନ ଓ ଶିଳାନ୍ୟାସ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ ନନା)ଙ୍କ ବେଦମନ୍ତ୍ର ସହିତ ବିବିଧ ମାଙ୍ଗାଳିକ କାର୍ଯ୍ୟକ୍ରମ କରାଯାଇଥିଲା l ସରପଞ୍ଚ ଆରତୀ ମାଝୀ, ପଦ୍ମିନୀ ମାହାଳି, ସମାଜସେବି ପ୍ରଭାସ ବେହେରା, ପୂର୍ବତନ ସରପଞ୍ଚ ପ୍ରସାଦ ମହାନ୍ତି, କୃଷ୍ଣ ପ୍ରସାଦ ଦାସ, ସମିତିସଭ୍ୟାଙ୍କ ସ୍ୱାମୀ ପ୍ରମୋଦ ମାଝୀ, ବିରଜା ମୋହନ ମହାପାତ୍ର, ଟୁଟୁ ମହାପାତ୍ର, ପ୍ରକାଶ ବାରିକ, ଜ୍ୟୋତି ଶଙ୍କର ଦାସ, କନିମୁଳ ସମିତି ସଭ୍ୟ ତଥା ବିଜେଡି ସଂଗଠକ ବସନ୍ତ ମହାପାତ୍ର, ଅତୃପ୍ତି ମହାପାତ୍ର, ବିମଳ ମହାପାତ୍ର, ଦେବେନ୍ଦ୍ର ମଲ୍ଲିକ, ବସନ୍ତ କୁମାର ଦାସ, ନିରଞ୍ଜନ ଜେନା, ବିନୋଦ ଦାସ, ଅଜୟ ମହାନ୍ତି, ଭଜନୀ ବିଶ୍ୱାଳ, ପ୍ରଭାକର ମଲ୍ଲ, ଏକ ବିହାରୀ ମଲ୍ଲ, ଅମୁଲ୍ୟ ମହାପାତ୍ର, ସୁରଥ ମଲ୍ଲ, ପ୍ରତାପ ଦାସ, ସୁବାସ ଦାସ, ଜ୍ଞାନ ରଞ୍ଜନ ଦାସ, ବିଷ୍ଣୁ ପ୍ରସାଦ ଦାସଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ l

Leave A Reply

Your email address will not be published.