ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଅର୍ଥନୀତି ସେମିନାର ଅନୁଷ୍ଠିତ

0

ଆତ୍ମନିର୍ଭର ଭାରତର ସଫଳ ରୂପାୟନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ: ଡ. ଅଭୟ ନାୟକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁରସ୍ଥ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗ ଆନୁକୂଲ୍ୟରେ “ ଆତ୍ମନିର୍ଭର ଭାରତ ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ନାଇଜରର କୁଳସଚିବ ଡ ଅଭୟ କୁମାର ନାୟକ କହିଲେ ଯେ ସ୍ବାଧୀନ ଭାରତର ଠିକ୍ ପର ଅବସ୍ଥାରେ ମହାତ୍ମା ଗାନ୍ଧିକଂ “ସ୍ବରାଜ” ଏବଂ “ସର୍ବୋଦୟ”, ଏବେ “ଆତ୍ମନିର୍ଭର ଭାରତ” ଭାବରେ ଆମ ସମ୍ମୁଖକୁ ଆସିଛି। ଏହି ବିଚାରର ପ୍ରୟୋଗ ସବୁ କ୍ଷେତ୍ରରେ ହେଲେ ଦେଶ ଖୁବ୍ ଶୀଘ୍ର ବିକାଶର ଶୀର୍ଷରେ ପହଂଚିବ। ଏହାର ସଫଳ ରୂପାୟନ ଦେଶକୁ ସମୃଦ୍ଧି ଆଣିଦେବ। ତେଣୁ ଏହାର ପ୍ରୟୋଗ ସବୁ ବିଭାଗରେ ହେବା ଅତ୍ଯନ୍ତ ଜରୁରୀ । ଏହି ଆଲୋଚନା ଚକ୍ରରେ ଅଧ୍ଯକ୍ଷତା କରିଥିଲେ କାର୍ଯ୍ଯର୍ନିବାହୀ ଅଧ୍ଯକ୍ଷ ଡ. ବିଜୟ ବିଶ୍ବାଳ। ଏହି ସଭାରେ ସ୍ବାଗତ ଭାଷଣ ଦେଇଥିଲେ ବିଭାଗୀୟ ମୁଖ୍ଯ ଶ୍ରୀଯୁକ୍ତ ରାମଚନ୍ଦ୍ର ତରାଇ। ଏଥିରେ ସେମିନାର ସଂପାଦକ ଏବଂ ସଂପାଦିକା ଯଥାକ୍ରମେ ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ ସୁଶ୍ରୀ ରାଲି ସାହୁ ଉପରୋକ୍ତ ବିଷୟ ଉପରେ ମତ ବ୍ୟକ୍ତ କରିଥିଲେ। ଶେଷରେ ଅର୍ଥନିତୀ ବିଭାଗର ଡ. ତୃପ୍ତିମୟୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.