ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତରେ ବିଜେଡି ରେ ମିଶ୍ରଣ

0

ଜଗତସିଂହପୁର / ସୁମନ୍ତ କୁମାର ଦାସ:ଶାସକ ବିଜୁ ଜନତା ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ କଂଗ୍ରେସ ରୁ ପୂର୍ବତନ ସମିତି ସଭ୍ୟ ବରଦା ପ୍ରସନ୍ନ ଦାସ ଓ ସଂଗଠକ ପ୍ରକାଶ ଚନ୍ଦ୍ର ସାହୁ ତାଙ୍କ ସମର୍ଥକ ମାନଙ୍କ ସହିତ ଅନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଉପସ୍ଥିତ ରେ ଯୋଗ ଦେଇଛନ୍ତି l ଏହି ଅବସରରେ ବିଧାୟକ ଶ୍ରୀ ଦାସ ପୁଷ୍ପ ଗୁଛି, ପୁଷ୍ପ ମାଲ୍ୟ ଓ ଦଳୀୟ ପତାକା ପକାଇ ସ୍ୱାଗତ କରିଥିଲେ l ଏଥିରେ ଜଗନ୍ନାଥ ସେଠି, ମନେଇ ସେଠି, କାଳନ୍ଦୀ ବେହେରା, ରାଜା ମଲ୍ଲିକ, ଅଷ୍ଟଶମ୍ଭୁ ମହାପାତ୍ର, ଲିପୁ ମହାପାତ୍ର, ସୁନୀଲ ମହାପାତ୍ର, ବାବୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଦାସ ଙ୍କ ସହିତ ବ୍ଲକ ଆତ୍ମା ଅଧକ୍ଷ ଦେବେନ୍ଦ୍ର ମଲ୍ଲିକ, କନିମୁଳ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଆତ୍ମା ଅଧକ୍ଷ ବସନ୍ତ ମହାପାତ୍ର, ବିମଳ ମହାପାତ୍ର, ଅମୁଲ୍ୟ ମହାପାତ୍ର, ବିରଜା ମୋହନ ମହାପାତ୍ର, ଅତୃପ୍ତି ମହାପାତ୍ର, ବଙ୍ଗୁ ଦାସ, ପ୍ରସାଦ ମହାନ୍ତି, ବସନ୍ତ ଦାସ, ପ୍ରଭାସ ବେହେରା, ପ୍ରମୋଦ ମାଝୀଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହୁଥିଲେ. (ପାଠର ଫୋଟୋ ଯାଇଛି l

Leave A Reply

Your email address will not be published.