ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ପକା ସଡକ ନ ଥିବାରୁ ୨ କିମି ବୁହାହେଲେ ଗର୍ଭବତୀ

0

ପୁଣି ଅସୁରକ୍ଷିତ ଭାବେ ବାଟରେ ପ୍ରସବ 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ଗାଁକୁ ପକ୍କା ରାସ୍ତା ନ ଥିବାହେତୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ପ୍ରାୟ ୨ କିମି ଷ୍ଟ୍ରେଚେର ରେ ବୁହାହେଇ ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ ବାଟରେ ଅସୁରକ୍ଷିତ ଭାବେ ପ୍ରସବ ହେବା କୁ ପଡିଥିଲା । ଏଭଳି ଅଭାବନୀୟ ଘଟଣା ନିରନ୍ତର ଦେଖିବାକୁ ମିଳୁଅଛି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଠାରେ । ହେଲେ ଦୁର୍ଭାଗ୍ୟ ସରକାର ଙ୍କ ଦ୍ଵାରା କୋଟି କୋଟି ଟଙ୍କାର ଯୋଜନା ସଡକ ଯୋଜନା ନେଇ ସଡକ ନିର୍ମାଣ ସହ ମରାମତି ମଧ୍ୟ ହେଉଥିବାବେଳେ ସ୍ଵାଧିନତା 75 ବର୍ଷ ପରେ ମଧ୍ୟ କାଶୀପୁର ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମକୁ ଅଦ୍ୟାବଧି ନିତିଦିନିଆ ସଡକ ସଂଯୋଗ ହେଇପାରିନାହିଁ । ପରିତାପ କାଶୀପୁର ଏକ ଶିଳ୍ପ ସମୃଦ୍ଧି ବ୍ଲକ ଭାବେ ସାରାଦେଶ ରେ ପରିଚିତ ଅଞ୍ଚଳ ର ବିକାଶ ପାଇଁ ଅର୍ଥ ର ପ୍ରତିବନ୍ଧକ ନାହିଁ । କିନ୍ତୁ ନେତୃବୃନ୍ଦ ତଥା ପ୍ରଶାସନ ର ଏଠାରେ ଆନ୍ତରିକତା ନ ଥିବା ସ୍ୱଷ୍ଟ ପ୍ରମାଣିତ ହେଉଥିବାବେଳେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ଦିଗ ରେ ବାଟ ମିଳିପାରିନାହିଁ।
ଅନୁରୂପ ଘଟଣା ଆଜି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ର ଶିରିପାଇ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ । ଚାଚିରି ମାଝୀ ଙ୍କ ପତ୍ନୀ ସିନାଇମାଝି (୩୩) ଙ୍କ କ୍ଷେତ୍ରରେ । ଆଜି ସକାଳ ପ୍ରାୟ୮:୩୦ ସମୟରେ ପ୍ରସବ ବେଦନା ଆରମ୍ଭ ହେଇଥିଲା । ସିନାଇ ଙ୍କୁ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ସ୍ୱାମୀ ଚାଚିରି ମାଝି ୧୦୮ ଆମ୍ବୁଲାନ୍‌ସକୁ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ କାଶୀପୁରରେ ଥିବା ୧୦୮ ଆମ୍ବୁଲାନ୍‌ସ କେନ୍ଦୁଗୁଡା ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ଆମ୍ବୁଲାନ୍‌ସ କାଶୀପୁର ଠାରୁ ବାହାରି ପ୍ରାୟ ୩୦ କିମି ପରେ କେରେଙ୍ଗା ଗୁଡା ଛକ ଠାରେ ଅଟକି ଯାଇଥିଲା । କେରେଙ୍ଗା ଗୁଡା ଛକ ଠାରୁ କେନ୍ଦୁଗୁଡା ଗାଁ ପ୍ରାୟ ୨ କିମି ନିତିଦିନିଆ ସଡକ ନ ଥିବା ଫଳରେ ୧୦୮ ଡ୍ରାଇଭର ପରୀକ୍ଷିତ ନାଏକ ଆମ୍ବୁଲାନ୍ସ ଙ୍କୁ ସେଠାରେ ଛାଡି ଚାଲିଚାଲି କେନ୍ଦୁଗୁଡା ଗ୍ରାମ ଅଭିମୁଖେ ବାହାରିଥିଲେ । ଗାଁ ରେ ପହଁଚିବା ବେଳକୁ ସିନାଇ ମାଝି ପ୍ରସବ ବେଦନା ରେ ଛଟପଟ ହେଉଥିବା ଦେଖି ୧୦୮ ଆମ୍ବୁଲାନ୍‌ସ ଡ୍ରାଇଭର ଅନୀଲ ନାଏକ ଓ ତାଙ୍କ ସ୍ୱାମୀ ଚାଚିରି ମାଝି ସହିତ ଆଶା କର୍ମୀ ହୋଇକ ମାଝି ତାଙ୍କୁ ଷ୍ଟ୍ରେଚେର ରେ ବୋହି ନଦୀ ଓ ପାହାଡ଼ ଅତିକ୍ରମ କରି ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ୨କିମି ଚାଲି ଚାଲି ଆଣୁଥିବା ଅବସ୍ଥା ରେ ବାଟରେ ଭୀଷଣ ପ୍ରସବ ବେଦନା ଆରମ୍ଭ ହେଇଯାଇଥିଲା । ଫଳରେ ବାଟରେ ତାଙ୍କୁ ଅସୁରକ୍ଷିତ ଭାବେ ଆଶା କର୍ମୀ ଙ୍କ ଦ୍ଵାରା ପ୍ରସବ ହେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ସେଭଳି ଅବସ୍ଥା ହିଁ ସିନାଇ ମାଝି ଙ୍କୁ ୧୦୮ ଆମ୍ବୁଲାନ୍ସ ରେ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସିନାଇ ମାଝି ଓ ନବଜାତ ଶିଶୁ ପୁତ୍ର ସୁରକ୍ଷିତ ଥିବା ଜଣାପଡିଛି । ପ୍ରକାଶ ଥାଉକି କାଶୀପୁର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଏଭଳି କାର୍ଯ୍ୟରେ ଅଞ୍ଚଳ ବାସୀ ପ୍ରତି ଦେବଦୂତସାଜି ଲୋକଙ୍କର ନିରନ୍ତର ଭାବେ ସେବା କରିଆସୁଛନ୍ତି । ଏଭଳି ମାନବିକତାର ପରିଚୟ ଦେଉଥିବାରୁ ତାଙ୍କୁ ବିଭିନ୍ନ ସମୟରେ ପୁରସ୍କୃତ ହେବାସହ ଏପରି ମଙ୍ଗଳ କାମ ପାଇଁ ପ୍ରସଙ୍ଗସା ର ପାତ୍ର ହେଇପାରିଛନ୍ତି । କିନ୍ତୁ ପରିତାପ ବିଷୟ ଏହିକି ଏଭଳି ଘଟଣା ବାରମ୍ବାର ପ୍ରତି ମାସରେ ହେଉଥିବା ବେଳେ କାଶୀପୁର ବ୍ଲକର ଅନେକ ଦୁର୍ଗମ ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇପାରୁନି। ଏଥିଯୋଗୁଁ ଗାଁକୁ ଆମ୍ବୁଲାନ୍‌ସ ପହଞ୍ଚି ପାରୁ ନଥିବାରୁ ଚଳିତ ବର୍ଷ ଆଜି ସୁଦ୍ଧା କାଶୀପୁର ଠାରେ ୩୩ ଜଣ ଗର୍ଭବତୀ ମହିଳାଙ୍କୁ ଖଟିଆ, ଷ୍ଟ୍ରେଚର ନଚେତ ଭାରରେ ବୁହା ହେଇଥିବା ନଜିର ରହିଛି। ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦୁର୍ଗମ ଅଞ୍ଚଳବାସୀଙ୍କୁ ତ୍ବରିତ ସ୍ବାସ୍ଥ୍ୟସେବା ଓ ପକା ସଡକ ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲରେ ଦାବିହୋଇଛି।

Leave A Reply

Your email address will not be published.