ଗରୀବ ଅସହାୟକ ଙ୍କ କାହାଣୀ କହିଲା ନାଟକ “ଭୋକ”

0

(ନାଟ୍ୟଧାରାରେ କ୍ରିଏଟିଭ ଆର୍ଟସ ର ନାଟକ) 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “କ୍ରିଏଟିଭ ଅର୍ଟସ୍” ପକ୍ଷରୁ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ନାଟକ “ଭୋକ” ମଞ୍ଚସ୍ଥ ହୋଇଯାଇଛି ।
କାହାଣୀ ଟି ଏପରି , ରିକ୍ସା ଆଉ ଚାଲୁନି କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହାଇପଡୁଚି। ଭୋକ ବିକଳରେ ଅପରାଧ କରି ଜେଲ୍ ଯାଇ ଆରମ୍ ରେ ଦୁଇ ମୁଠା ଖାଇବାର ସ୍ବପ୍ନ ଦେଖୁଚି ରିକ୍ସାବାଲା ନବଘନ। କିନ୍ତୁ ସମୟର ଚକା ଭଉଁରୀ ଖେଳରେ ବାରମ୍ବାର ହାରି ଯାଉଛି। ପୋଲିସ୍ ର ଆଖିରେ ପାଗଳ ସାଜିଛି। ସମସ୍ତେ ଜେଲ୍ ରୁ ମୁକୁଳିବାକୁ ଚାହୁଥିବ ବେଳେ ସେ ଚାହୁଚି ଜେଲ୍ ଯିବା ଲାଗି । କିନ୍ତୁ ଯେତେବେଳେ ସେ ଏ ସବୁ ଭୁଲ୍ ବୋଲି ଜାଣିଚି, ଭଲ ମଣିଷ ହେବାର ସଂକଳ୍ପ ନେଇ ମେହେନତ କରି ବଞ୍ଚିବାକୁ ଚାହୁଚି ଠିକ୍ ସେହି ସମୟରେ ଏ ସମାଜରେ ଆଇନ ବ୍ୟବସ୍ଥା ତାକୁ ଅପରାଧ ସଜାଇ ଜେଲ୍ ନେଇ ଯାଉଛି। ଏ ହେଉଛି ଭୋକିଲା ର ଦୁନିଆ ।
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ନାଟ୍ୟଧାରା କାର୍ଯ୍ୟକ୍ରମ ରେ ଏଭଳି ଏକ ଭିନ୍ନ ଧାରଣ ର ନାଟକ ଉପସ୍ଥାପନା କରିଥିଲେ କ୍ରିଏଟିଭ ଆର୍ଟସ ର କଳାକାର ମାନେ।
ପ୍ରଭାକର ପାତ୍ର ରଚନା କରିଥିବା ଏହି ନାଟକକୁ ମନୋଜ ପାଢ଼ୀ ନିର୍ଦ୍ଦେଶନା ଦେଇଥିବା ବେଳେ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତରେ ମାଷ୍ଟର ମାଧବ ଓ ଜି. ଉମା ଶଙ୍କର , ଅଭିନୟରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ହରିହର ପଟନାୟକ , ହର ପ୍ରସାଦ ତ୍ରିପାଠୀ , ମାତଙ୍ଗିନି ଗୁରୁ , ସୁଜିତ୍ ପାଣିଗ୍ରାହୀ , କିଶୋର ଦାସ , କୁନା ହଲଧର , ପ୍ରତ୍ୟୁଷ ପଣ୍ଡା , ଜ୍ଞାନ ରଞ୍ଜନ ଦାସ , ସୁକୁମାର ମିଶ୍ର , କାମଦେବ ପାଢ଼ୀ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିଲେ।
କାର୍ଯ୍ୟକ୍ରମର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ , କ୍ରିଏଟିଭ୍ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ , ନାଟ୍ୟ ସଂଘ ସଚିବ ଶୁଭକାନ୍ତ ପାଢ଼ୀ ଉପସ୍ଥିତ ଥିଲେ। ଭୁବନେଶ୍ବର ରେ ଥିବା ଗଜପତି ଜିଲ୍ଲା ତଥା ଦକ୍ଷିଣଓଡ଼ିଶା ବାସୀ ଙ୍କ ସହ ଦର୍ଶକ ମାନେ ନାଟକ ଦେଖିବା ସହ କଳାକାରଙ୍କୁ ଭରପୁର ପ୍ରସଂଶା କରିଥିଲେ।

Leave A Reply

Your email address will not be published.