ବରଗଡ:-ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଫ୍ରେଜରପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବରଗଡ ଜିଲ୍ଲାପାଳ ଶ୍ରୀମତି ମୋନିଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତି ମୋନିଷା ବାନାର୍ଜୀ ଙ୍କ ବ୍ୟତିତ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ର ଉପାଧ୍ୟକ୍ଷ ପାଇକମାଲ ବି.ଡି.ଓ ସୁଶ୍ରୀ ଉପାଞ୍ଜଳୀ ମାଝୀ,ସଭ୍ୟ ପାଇକମାଲ ବି.ଇ.ଓ ଚୁଡ଼ାମଣି ବାରିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡା ର ମେଡିକାଲ ଅଫିସର ଡାକ୍ତର ସୈାମ୍ୟରଞ୍ଜନ ଦାଶ,ଆସିଷ୍ଟାଣ୍ଟ ଏକଜୁଟିଭ ଇଞ୍ଜିନିୟର ପଦ୍ମପୁର,କେଛୋଦାଦର ପଞ୍ଚାୟତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପବିତ୍ରା ପାଣିଗ୍ରାହୀ,କରମୁ ବିଶ୍ୱାଳ,ସୁବାଷ ଚନ୍ଦ୍ର ନାୟକ,ଏ.ଡି.ଇ.ଓ ରାଧାକାନ୍ତ ଛତ୍ରୀ ଏବଂ ଡିଏସଏସ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଯଥା:-ବିଦ୍ୟାଳୟ ର ଚାରିଆଡ଼େ ନିର୍ମାଣ ହୋଇଥିବା ପାଚେରୀ କାନ୍ଥ କୁ ଆହୁରି ଉଚ୍ଚ କରିବା,ପାନୀୟ ଜଳର ସୁବ୍ୟବସ୍ଥା,ବାଳିକା ମାନଙ୍କପାଇଁ ଉଦ୍ଧିଷ୍ଟ ଛାତ୍ରୀ ନିବାସ କୁ ଖୁବ୍ ଶିଘ୍ର ଉଦଘାଟନ ଚର୍ଚା ର ମୁଖ୍ୟ ବିଷୟ ଥିଲା ।ତାହା ସହିତ ବିଦ୍ୟାଳୟରେ ଅଧ୍ୟୟନ ରତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଆଗତ ହେଲା ଏବଂ ତାହା ପାଇଁ ଶିକ୍ଷକ ମାନଙ୍କୁ ନେଇ ଏକ ଟିମ ଜରିଆରେ ଗୋଟିଏ ମଡେଲ କରିବାକୁ କୁହାଯାଇଛି ।ବିଦ୍ୟାଳୟରେ ପାଠ ପଢା ସାଙ୍ଗକୁ ନାଚ,ଗୀତ,ଚିତ୍ରାଙ୍କନ,ଖେଳକୁଦ ସବୁ ଦିଗରେ ଯେମିତି ପିଲାଏ ଆଗକୁ ଅଗ୍ରସର କରିପାରିବେ ସେ ଦିଗରେ ରେ ମଧ୍ୟ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା ।ପରି ଶେଷରେ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀ ପି.ଉମେଶ ଙ୍କ ଦ୍ୱାରା ଅଙ୍କିତ ଜିଲ୍ଲାପାଳ ଶ୍ରୀମତି ବାନାର୍ଜୀ ଙ୍କ ତୈଳଚିତ୍ର,ଜିଲ୍ଲାପାଳ ମହୋଦୟା ଙ୍କୁ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ଉପଢୈାକନ ସ୍ୱରୁପ ପ୍ରଦାନ କରିଥିଲେ ।ଶେଷରେ ଧନ୍ୟବାଦ ସହ ବୈଠକ ସାଙ୍ଗ ହୋଇଥିଲା ।