ଫେସବୁକ ପୋଷ୍ଟକୁ ନେଇ ଉତ୍ତେଜନା

0

ବଡ଼ବିଲ /shasak prashasak:  ପବିତ୍ର ରକ୍ଷାବନ୍ଧନ ଉପରେ ଏକ ଅଶ୍ଳୀଳ ଫେସବୁକ ପୋଷ୍ଟକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଉତ୍ତେଜନା ଦେଖାଯାଇଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ଅଞ୍ଚଳର ଜନୈକ ଯୁବକ ମିରାଜ ଖାନ ହୁସେନୀ ରକ୍ଷାବନ୍ଧନ ଦିନ ଫେସବୁକରେ ଏକ ଅଶ୍ଳୀଳ  ପୋଷ୍ଟ କରିଥିଲା। ଯାହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ  ବଡ଼ବିଲ ଥାନା ଘେରାଉ କରିଥିଲେ। ଲିଖିତ ଅଭିଯୋଗ ପାଇବା ପରେ ପୋଲିସ କେଶ ନଂ ୧୩୨/୨୦୧୮ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ମିରାଜକୁ ଧାରା ୧୫୩(କ), ଆଇ ପି ସି ଧାରା ୨୯୨ ଓ ଆଇ ଟି ଧାରା ୬୭ ଅନୁଯାୟୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.