ଖୋର୍ଦ୍ଧା /ବାଣପୁର:-(ସେକ୍ କୌଶର) କିଛିଦିନ ତଳେ ବାଲୁଗାଁ ପାଟଣା ସାହିରୁ ପରଟାରେ ଜଗନ୍ନାଥ ଦେଖା ଦେଇଥିଲେ। ପୁଣି ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ପୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ କଥା ଟା ସତ ଏପରି ଏକ ଫୋଟୋ ଦେଖିବାକୁ ମିଳିଛି। ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ବାଣପୁର ଅଞ୍ଚଳରୁ ଉକ୍ତ ଫୋଟୋଟି ଆସିଛି।ବାଣପୁର ସାନହନ୍ତୁଆଡ ପୂର୍ବପଟ ସାହିରେ ରହୁଥିବା ବାବୁଲା ବାରିକଙ୍କ ସ୍ତ୍ରୀ ସବିତା ବାରିକ ଆଜି ସନ୍ଧ୍ୟାରେ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ପରିବାରବର୍ଗ ବର୍ତ୍ତମାନ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି।ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.