ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ଭୁବନେଶ୍ୱରବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ ହେବ ‘ଦାଣ୍ଡିଆ ରାସ-୨୦୨୨’ । ମେ-ଫେୟାର ଓ ଏଂଟରଟେନ୍ ଇଭେନ୍ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତବର୍ଷ ପୁଣି ଥରେ ଦାଣ୍ଡିଆ ନୃତ୍ୟରେ ଝୁମିବେ ରାଜଧାନୀବାସୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେ ଫେୟାର ଗ୍ରୁପର ଡିଜିଏମ ଚିଦାନନ୍ଦ ମଲିକ ଓ ଏଂଟରଟେନ୍ ଇଭେନ୍ଟ୍ସ ଆଣ୍ଡ ପ୍ରମୋସନ୍ସ ମ୍ୟାନେଜିଙ୍ଗ ପାର୍ଟନର ସରୋଜ କୁମାର ମଲିଆ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ମତବ୍ୟକ୍ତ କରିଛନ୍ତି |
ଆସନ୍ତା ୨୬ ତାରିଖରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ‘ଦାଣ୍ଡିଆ ରାସ’ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ରଖାଯାଇଛି । କାର୍ଯ୍ୟକ୍ରମର ଶେଷ ଦିନରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏହି ଶିଶୁମାନଙ୍କର ମା’ ମାନଙ୍କ ପାଇଁ ରଙ୍ଗୋଲୀ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍ ବିନ୍ତି ସିଂ, ଇଣ୍ଡିଆ ଆଇଡଲ୍ ଫେମ୍ ରିୟା ଭଟାଚାର୍ଯ୍ୟ, ପ୍ଲେ ବ୍ୟାକ୍ ସିଙ୍ଗର ତୋର୍ସା ସରକାର ଏବଂ କେକା ଘୋଷାଲ୍ଙ୍କ ଭଳି କଳାକାର ସଂଗୀତ ପରିବେଷଣ କରିବେ । ଓଡ଼ିଶାର ଅନେକ ପ୍ରତିଷ୍ଠିତ କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ଦେଇଛନ୍ତି ଆୟୋଜକ ।
ଏହି ଅବସରରେ ଡିଜେ, ଡ୍ୟାନ୍ସ ଗ୍ରୁପ୍ ଓ ଲାଇଭ ଅଫ୍ ବ୍ୟାଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ବେଷ୍ଟ କପଲ୍ଙ୍କ ସମେତ ଅନ୍ୟ କେତେକ ଆୱାର୍ଡ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଚାଟ ଓ ନବରାତ୍ରୀ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦାଣ୍ଡିଆ ରାସ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ସନ୍ଧ୍ୟା ୭.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଏହି ଖାଦ୍ୟର ମଜା ଉଠାଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |
Sign in
Sign in
Recover your password.
A password will be e-mailed to you.