ଭୁସୁଡ଼ିଲା ବହୁପୁରାତନ ପାଣି ଟାଙ୍କି  

0

ରାଉରକେଲା/ ସୁଶାନ୍ତ ବେହେରା :ସିଭିଲ  ଟାଉନସିପ ୱେସ୍କୋ କାର୍ଯ୍ୟାଳୟ ନିକଟରେ ଥିବା 2 ଲକ୍ଷ ଗେଲେନ ପିଏଚଡି ବହୁପୁରାତନ ପାଣି ଟାଙ୍କି ହଠାତ  ଭୁଶୁଡି ପଡିବାରୁ ପାଖରେ ଥିବା ୱେସ୍କୋ କାର୍ଯ୍ୟଳୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ଥ ହୋଇଛି। ଘଟଣା ସ୍ଥଳରେ ଥିବା ରାସ୍ତା କଡରେ ଠେଲା ଲାଗେଇଥିବା ଦୁଇଜଣ ମହିଳା ଭିତରକୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡିଛି। ତନ୍ମଧ୍ୟରୁ ଜଣେ ଜୟନ୍ତୀ ସାହୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବାର ଜଣାପଡିଛି । ଜୋସନା ରଖି ଙ୍କ ମୁଣ୍ଡ ମଧ୍ୟ ଫାଟିଥିବାର ଜଣାପଡିଛି। ରକ୍ଷଣା ବେକ୍ଷଣର ଅଭାବ ତଥା ପାଖରେ ଅନ୍ୟ ଏକ କନଷ୍ଟ୍ରକସନ କାର୍ଯ୍ୟ ଚାଲୁଥିବାରୁ ପାଣି ଟାଙ୍କି ମାଟି ଭିତରକୁ ଦବି ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.