କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ / ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି ।ଏଥିରେ ତହସିଲଦାର ସୁଧାକର ରଇତ,ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଡବ୍ଲ୍ୟୁ ଇଓ ଚନ୍ଦନ ଦାସ ବାଙ୍ଗାରି,ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା, ସମିତି ସଭ୍ୟ ସମ୍ବୁରୁ କୁଲିସିକା, ପାରସାଲି ସ୍ୱତନ୍ତ୍ରଅଧିକାରୀ ସଲମନ ରାଇକା ,ପଞ୍ଚାୟତ ଅଧିକାରୀ ପ୍ରମୋଦ ପାଣିଗ୍ରାହୀ,ରାଜସ୍ୱ ଅଧିକାରୀ ମିନାକ୍ଷୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପଟା ବଣ୍ଟନ କରିଥିଲେ । ନିୟମଗିରି ପାହାଡରେ ବସବାସ କରୁଥିବା ନିୟମଗିରି ଦଙ୍ଗାରିଆକନ୍ଧ ଟେବାପଡା,ପଞ୍ଚକୁଡି ଓ ଟାମକଶିଳା ତିନୋଟି ଗାଁରେ ପ୍ରାୟ ୨୪ପରିବାରକୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post