ହାଟଡିହି( ମକରଧ୍ବଜ ଜେନା) :କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମ ଉପର ସାହିର ଯୁବତୀମାନଙ୍କ ପକ୍ଷରୁ ଧୂମଧାମରେ ଖୁଦୁରୁକୂଣୀ ଓଷା ସହିତ ଭସାଣୀ ଉତ୍ସବ ପାଳିତ ହୋଇଯାଇଅଛି। ରବିବାର ଦିନ ଉପବାସ କରି ସନ୍ଧ୍ୟାରେ ପୂଜାର୍ଜନା ସହିତ ଭାଇ ମାନଙ୍କର ଶୁଭ ମନାସି ପାଞ୍ଚପାଳି ପୂର୍ଣ୍ଣାଙ୍ଗ ପର ଦିନ ଭଷାଣୀ ଆୟୋଜନ ହୋଇଥିଲା।ଏଥିରେ ସରପଞ୍ଚ ପ୍ରତିନିଧି ମଣୀଚରଣ ଜେନା,ନାଏବ ସରପଞ୍ଚ ଅମିନ ପାଗଳ, ସମାଜସେବୀ ରବିନ୍ଦ୍ର ଯେନା,ଗୟାଧର ସାହୁ, ନକୁଳ ପାଗଳଙ୍କ ସମେତ ସତ୍ୟଭାମା, ଅଞ୍ଜନା, ଅନୁରାଧା, ନିଶା, ମାନୀ, ରୋଜି, ଅର୍ଜନା, ଲକ୍ଷ୍ମୀ, ସିପୀ ପ୍ରମୁଖ ଉପସ୍ଥିତି ରହି ପୂଜାର୍ଜନା କରିବା ସହିତ ଗାଁ ପୋଖରୀରେ ଭଷାଣୀ କରିଥିଲେ।
Sign in
Sign in
Recover your password.
A password will be e-mailed to you.