ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ 19 ତମ ଶ୍ରାଦ୍ଧ ଦିବସ ପାଳନ ସ୍ମୃତି କମିଟିର ସଭାପତି ରବିନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଯୋଗଦାନ କରି ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ କାର୍ଯ୍ୟଶୈଳି ଓ ତାଙ୍କର ଦୃଢ ମନୋବଳ ସବୁଦିନ ପାଇଁ ତାଙ୍କୁ ଚିରସ୍ମରଣୀୟ କରିରଖିବ ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ଭାବେ ସୁବାର୍ତ୍ତା ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ବସନ୍ତ ବିଶ୍ବାଳ ଖୁବ କମ ଦିନ ମଧ୍ୟରେ ଓଡ଼ିଶା ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।
ବିଶିଷ୍ଟ ଅତିଥି ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ଡ଼ଃ ବିଶ୍ଵ ରଂଜନ ମହାନ୍ତି ଯୋଗଦାନ କରି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ଵାଳଙ୍କ ଯୋଡ଼ି ଓଡ଼ିଶାର ନିର୍ମାଣ ଯୁଗ ଆରମ୍ଭ କରିବା ସହ ବିକାଶ ଧାରାକୁ ଆଗେଇ ନେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନୀତ ଅତିଥି ରୁପେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ନଗରପାଳ ଅର୍ଚ୍ଚିନା ସିଂହ, ପିସିସି ସମ୍ପାଦକ ଇଂ ନଳିନୀ କୁମାର ସ୍ବାଇଁ, ତିର୍ତୋଲ ର ବରିଷ୍ଠ ବିଜେଡି ନେତା ରମାକାନ୍ତ ଭୋଇ, ସ୍ମୃତି କମିଟିର ସମ୍ପାଦକ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା ପ୍ରମୁଖ ଯୋଗଦେଇ ବସନ୍ତ ବାବୁଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଜଗତସିଂହପୁର ର ପ୍ରଥମ ନଗରପାଳ ବିଷ୍ଣୁ ଚରଣ ମହାନ୍ତି, ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ସାମନ୍ତରାୟ, ପରିବେଶବିତ୍ ଡଃ ଅୟସକାନ୍ତ ରାୟ, ବିଶିଷ୍ଟ ପାଲା ଗାୟକ ଗୁଣାକାର ଦଳେଇ, ଜିଲ୍ଲା ମାଟ୍ରିକ ଟପ୍ପର ବିଦିଶା ପ୍ରଧାନ,ଆଦ୍ୟାଶା ପ୍ରିୟଦର୍ଶିନୀ ସାହୁ ଙ୍କୁ ବସନ୍ତ କୁମାର ବିଶ୍ଵାଳ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏଥିସହିତ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ବାଳଙ୍କ ସହଯୋଗରେ ଆଠ ଜଣ ଅସହାୟ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସ୍ମୃତି କମିଟିର ଉପ ସଭାପତି ହେମନ୍ତ କୁମାର ରଥ ସ୍ବଗତ ଭାଷାଣ ପ୍ରଦାନ କରାଯାଇଥିଲା ବେଳେ ସ୍ମୃତି କମିଟିର ଆବାହକ ତଥା ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସକାଳେ ସ୍ଥାନୀୟ ଗଣେଶ ଘାଟ ନିକଟରେ ତିଳତର୍ପଣ କରାଯିବା ସହ ବସନ୍ତ କୁମାର ବିଶ୍ଵାଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।
କୁନିପୁଅ ସାଇ ରୁଦ୍ରମ ଚୌଧୁରୀ ଦେଶାତ୍ମବୋଧକ କବିତା ଗାନ ସମସ୍ତଙ୍କୁ ମୁଗ୍ଧ କରିଥିଲେ।
ସ୍ମୃତି କମିଟିର ଉପ ସଭାପତି ପ୍ରଦିପ୍ତ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ସମୟରେ ଡଃ ଜଗଦାନନ୍ଦ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ଜ୍ୟୋତି ପ୍ରକାଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଶାନ୍ତ ମହାପାତ୍ର,ଶ୍ରୀଚରଣ ରାଉତ, ଅଦ୍ଵୈତ ଜେନା,ଅଭୟ ମହାନ୍ତି, ନିରଞ୍ଜନ ବେହୁରା, ବେଣୁଧର ସ୍ବାଇଁ, ଦେବୀ ପ୍ରସାଦ ଚୌଧୁରୀ, ବଂଶିଧର ପଟ୍ଟନାୟକ, ଆଲୋକ ଖୁଣ୍ଟିଆ,ସୌମ୍ୟଜିତ ଦାଶ, ନିରଞ୍ଜନ ମହାପାତ୍ର,ଅବନିକାନ୍ତ ମହାରଣା,ବିରେନ ଦଳାଇ, ପ୍ରଶାନ୍ତ ମଲ୍ଲିକ, ସୁବାସ ଚନ୍ଦ୍ର ସାହୁ,ସୁନିଲ ମାଟିଆ, ଦିଲୀପ କୁମାର ସିଂହ,କ୍ରିନସପ୍ରିୟା ପରିଜା, ନମିତା ସାହୁ,ରବି ଦାସ,ମିଲି ସେଠୀ, ନିରଞ୍ଜନ ସେଠୀ,ସାଗରିକା ଦାଶ,ମାନସୀ ନନ୍ଦ, ଜଗଦାନନ୍ଦ ପଢିହାରୀ,ଧିରା ଦାଶ, ସିଦ୍ଧାର୍ଥ ତ୍ରିପାଠୀ,ମାଖନ ମୁରାରୀ ନାୟକ,ସ୍ବାସ୍ତିକ ମିଶ୍ର, ପ୍ରବୀର ପରିଜା,ଦାସରଥୀ ସ୍ବାଇଁ,ଲିପୁ ମହାନ୍ତି, ଆଶିଷ ଗୋଛୟତ, ସୂର୍ଯ୍ୟକାନ୍ତ ସାହୁ, ରାକେଶ ରାଉତ,ମାଧାବାନନ୍ଦ ଗୋଛୟତ, ଦିଲିପ ମହାନ୍ତି, ଉପେନ୍ଦ୍ର ନାଥ ଦାସ,ପବନି ଭୋଇ,ମେନକା ଦାସ, ଅଞ୍ଜନ ସାମଲ, ସ୍ମୃତି ମନ୍ତ୍ରୀ, ସ୍ମୃତି ରଂଜନ ଜେନା,ନାୟୟଣ ନାୟକ,ସେଖ ବଦିରୁଦିନ, ସତ୍ୟ ନାରାୟଣ ଚୌଧୁରୀ, ସୁଦର୍ଶନ ବେହେରା, ରଜନୀକାନ୍ତ ଚୌଧୁରୀ, ଅଭିମନ୍ୟୁ ରାଉତ, ରମେଶ ବିଶ୍ବାଳ,ଅଜିତ କୁମାର ବାରିକ, ହିମାଂଶୁ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post