କାଶୀପୁରରୁ ବୈକୁଣ୍ଠ ଦୁରିଆ; ରାୟଗଡା ଜିଲ୍ଲା କାଶୀପୁର ମାଟିରେ ଆଜି ପ୍ରଥମ ଥର ପାଇଁ କୋଶଳ ରାଜ୍ୟର ର ଦାବି ଉଠୁଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶାର କୋଶଳ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ଲାଗି ହେଉଥିବା ଦୀର୍ଘଦିନ ର ଦାବି ରାଜ୍ୟ ଓ କେନ୍ଦ୍ର ସରକାର କ୍ରମାଗତ ଭାବେ ବିଭିନ୍ନ ଆଳ ଦେଖାଇ ଅଣଦେଖା କରୁ ଥିବା ବେଳେ ଆଜି ଏହାର ମହାବନ୍ଦ ପାଳନ ହେଉଥିବାବେଳେ ଓଡ଼ିଶାର ୧୦ ଟି ଜିଲ୍ଲା ସହିତ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ସଦର ମହକୁମା ଠାରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ରାଜ୍ୟର ଏହି ସ୍ୱର ଉଠିଥିବା ଦେଖିବାକୁ ମିଳିଛି । ଆଜିର ଏହି କାର୍ଯ୍ୟକ୍ରମ କୁ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ସାଗର ଚରଣ ଦାସ ଙ୍କର ଆବାହନ କ୍ରମେ କାଶୀପୁର ବ୍ଲକ ଆବାହକ ଅଞ୍ଜନ କୁମାର ନାଏକ ଙ୍କର ନେତୃତ୍ୱରେ ଶତାଧିକ ଯୁବକ ଏକତ୍ରିତ ହେଇ ଏହି ବନ୍ଦ ଡାକରା କୁ ସଫଳ କରିବାକୁ କାଶୀପୁର ସ୍ଥିତ ଜଗନ୍ନାଥ ମନ୍ଦିର ଚୌକ ଠାରୁ ଏକ ସଭା ଯାତ୍ରା ବାହାରି କୋଶଲ ରାଇଜ ପ୍ରତିଷ୍ଠା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେବା ସହିତ ବ୍ଲକ କାର୍ଯ୍ୟଳୟ ରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି କାଶୀପୁର ବ୍ଲକ ର ଅଧିକାଂଶ ଗାଁ ୧୯୬୪ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଅଭିନ୍ନ ଅଙ୍ଗଭାବେ ରହିଆସିଥିଲା । ସେହିପରି ବିଭିନ୍ନ ନିର୍ବାଚନ ସମୟରେ ମଧ୍ୟ ଏଠାକାର ନେତୃବୃନ୍ଦ ନେତୃତ୍ୱ ନେଇ ଆସୁଥିଲା । ଦୃଷ୍ଟାନ୍ତ ସ୍ୱରୂପ କଳାହାଣ୍ଡି ଜିଲ୍ଲା ଜୟପାଟଣା ନିର୍ବାଚନ ମଣ୍ଡଳୀ ରୁ ଝାଜରୁ ଝୋଡ଼ିଆ ଓ ମାଣିକ ରାୟ ନାଏକତତ୍କାଳୀନ ବିଧାୟକ ଭାବେ ନିର୍ବାଚିତ ହେଇଆସୁଥିଲେ । ହେଲେ କୌଣସି କାରଣ ରୁ କାଶୀପୁର ପ୍ରଥମେ କଳାହାଣ୍ଡି ଠାରୁ ବିଭକ୍ତ ହେଇ କୋରାପୁଟ ଜିଲ୍ଲା ରେ ଜଡିତ ହେଇଯାଇଥିଲା । ପରବର୍ତ୍ତୀ ୧୯୯୨ ମସିହାରେ ସମୟରେ ଓଡିଶା ରେ ଲୋକଙ୍କୁ ପ୍ରଶାସନିକ ସେବା କୁ ହାତପହଁନ୍ତ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ୩୦ ଗୋଟି ଜିଲ୍ଲା ସୃଷ୍ଟି କରାଯାଇଥିଲା । ସେହିକ୍ରମରେ ଉକ୍ତ ନିଷ୍ପତ୍ତି ପ୍ରକାରେ କାଶୀପୁର ବ୍ଲକ କୁ ବାଧ୍ୟ ହେଇ ରାୟଗଡା ଜିଲ୍ଲା ରେ ଲିନ୍ନ ହେବାକୁ ପଡିଥିଲା । ଏସବୁ ସତ୍ପେ ମାଧ୍ୟ ଏପର୍ଯ୍ୟନ୍ତ କାଶୀପୁର ଓ କଳାହାଣ୍ଡି ମଧ୍ୟରେ ପୂର୍ବ ସମ୍ପର୍କ ନିବିଡ଼ ରହିଥିବାବେଳେ ଉଭୟ ଅଞ୍ଚଳ ର ଭାଷା, ସଂସ୍କୃତି ,ବନ୍ଧୁ ବାନ୍ଧବ ଭଳି ସମ୍ପର୍କ ବରକରାର ରହିଆସିଛି । ଏଣୁ ଉକ୍ତ କୋଶଲ ରାଇଜ ମୁକ୍ତି ମୋର୍ଚ୍ଚା ପ୍ରତି ଅନୁପ୍ରାଣିତ ହେଇ ସ୍ୱତନ୍ତ୍ର ରାଜ୍ୟ ର ଦାବି ତଥା ଆଜିର ମହା ବନ୍ଦ ଦାବି କୁ ସମର୍ଥନ ଜଣାଇ କାର୍ଯ୍ୟକ୍ରମ ରେ ଅଞ୍ଚଳ ଶତାଧିକ ଯୁବଗୋଷ୍ଟି ମଧ୍ୟରୁ ଜୟଚନ୍ଦ୍ର ମାଝୀ, ଉମା କାନ୍ତ ନାଏକ ଜିଲ୍ଲା ଗଉଡ଼,ଲବକାନ୍ତ ଦରା,ପରମେଶ୍ୱର ପ୍ରଧାନୀ, ଅମିତ ନାଏକ, ବିଷ୍ଣୁ ନାଏକ, ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post