ହାଟଡିହି( ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅମୃତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟି,ଶାଳଣିଆଁ ସର୍କଲ ଶିକ୍ଷକ ସଂଘ ର ମିଳିତ ଆନୂକୂଲ୍ୟରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ସା ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସହିତ ଏକ ସଭା ଅନୁଷ୍ଟିତ ହୋଇଥିଲା। ୩୭ନଂ ଜୋନ୍ ର ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସଭାଟିକୁ ଶୁଭ ଉଦ୍ଘାଟନ କରିଥିଲେ।ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ସା ଙ୍କୁ ଏକ ସୁସଜ୍ଜିତ କାର୍ ରେ ବାଜା,ବାଣ, ସହିତ ଅମୃତପୁର ଗ୍ରାମ ବାସୀ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରାଇ ଫୁଲଗୁଚ୍ଛ ଦେଇ ସଭାମଞ୍ଚ କୁ ନେଇଥିଲେ।ପ୍ରାଥମିକ ଶିକ୍ଷା ହେଉଛି ଭଲ ମଣିଷଟିଏ ଗଢିତୋଳିବା, ବାପା ମାଆଙ୍କ ଭଳି ସ୍ନେହ ଆଦର ଦେଇ ଶିକ୍ଷାଦାନର ମୂଳମନ୍ତ ବୋଲି ଅଭିଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ।ଏଥିରେ ସ୍କୁଲ ପରିଚାଳନା କମିଟିର ଚେୟାରମ୍ୟାନ ଚନ୍ଦ୍ରମଣୀଦାସ, ଶାଳଣିଆଁ ସର୍କଲ ଶିକ୍ଷକ ସଂଘର ସଭାପତି ପ୍ରଦିପ ନାୟକ,ଅବସର ଶିକ୍ଷକ ଲକ୍ଷ୍ମୀଧରସେଠି, ଗଜେନ୍ଦ୍ର ସେଠି, ଚକ୍ରଧର ପୁହାଣ, ମାନଗୋବିନ୍ଦ ଦାସ,ବିବେକାନନ୍ଦ ବେହେରା,ସମାଜସେବୀ ରନ୍ନାକର ଯେନା,ବିରେନ୍ଦ୍ର ବିଶ୍ବାଳ,ଗେଡମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବାବୁଲା କାଣ୍ଡି ପ୍ରମୁଖ ଯୋଗ ଦେଇ ସଭାଟିକୁ ସାଫଲ୍ୟମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post