ମେଡିକାଲ କଲେଜ୍ ଉଦ୍ଘାଟନ ପ୍ରସ୍ତୁତି ଜୋରଦାର : ୨୫ ହଜାର ଲୋକଙ୍କ ସମାବେଶ ପାଇଁ ବିଜେଡିର ଲକ୍ଷ୍ୟ

0

ବାଲେଶ୍ୱର,(ଉଜ୍ଜ୍ୱଳ କର )): ଦୀର୍ଘଦିନର ପ୍ରତୀକ୍ଷା ପରେ ନବ ନର୍ମିତ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ର ଉଦ୍ଘାଟନ ପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୩ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସମେତ ମେଡିକାଲ କଲେଜ୍ ପରିଚାଳନା କମିଟି ମଧ୍ୟରେ ବେଶ୍ ତପôରତା ପ୍ରକାଶ ପାଇଛି । ଚଳିତ ଶିକ୍ଷାବର୍ଷରୁ ଶିକ୍ଷାଦାନ ପାଇଁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ନିଷ୍ପତି ଅନୁସାରେ ଏହି କଲେଜରେ ଗତକାଲି ସୁଦ୍ଧା ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଧ୍ୟକ୍ଷ ଡକ୍ଟର ପ୍ରତାପ ରଥ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଶିକ୍ଷାଦାନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଆବଶ୍ୟକ ଡାକ୍ତର, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଶେଷ ହୋଇଥିବା ବେଳେ ଶିକ୍ଷାଦାନ ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ସରିଥିବା ଡକ୍ଟର ରଥ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାବାସୀଙ୍କର ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଥିବା ବେଳେ ବିଭିନ୍ନ ମହଲରୁ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମକୁ ନେଇ ସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ମେଡିକାଲ କଲେଜ୍ ଉଦ୍ଘାଟନ ଉସôବକୁ ସଫଳ କରିବା ପାଇଁ ପ୍ରଶାସନ ସମେତ ଜିଲ୍ଲା ବିଜେଡି ଓ ଦଳୀୟ ନିର୍ବାଚିତ ଲୋକପ୍ରତିନିଧିଙ୍କ ପକ୍ଷରୁ ରୀତିମତ ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେଡି ଜଲ୍ଲା ସଭାପତି ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ  ହୋଇଯାଇଛି । ସାଂସଦଙ୍କ ଓଟିରୋଡ଼ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସଦର ବିଧାୟକ ଜୀବନ ପ୍ରଦୀପ ଦଶ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ପର୍ଶୁରାମ ଧଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମ୍ଭାବ୍ୟ ସଫଳତାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ଏନେଇ ୨୫ ହଜାରରୁ ଅଧିକ ଲୋକଙ୍କୁ ଜନସମାବେଶ କରିବା ଉପରେ ସାଂସଦ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ବିଜେଡିର କର୍ମକର୍ତ୍ତାଙ୍କ ସମେତ ବହୁ ଛାମୁଆ ନେତା ଏହି ବୈଠକରେ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.