ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା କମିଟିକୁ ସତର୍କ କରାଇଲେ ଆଦର୍ଶ ଥାନା ଅଧିକାରୀ।

12


ଖୋର୍ଦ୍ଧାରୁ (ସେକ ଜାଫର ): ,ଗତ କାଲିଠାରୁ ଖୋର୍ଦ୍ଧା ସହର ଏବଂ ଆଖପାଖ ଅଞ୍ଚଳରେ ମା ଗଜଲକ୍ଷ୍ମୀଙ୍କ ପୂଜା ପୁରା ଧୁମ ଧାମରେ ପାଳିତ ହେଉଛି । ମୋଟ ୩୭ ଟି ମଣ୍ଡପରେ ମାଙ୍କୁ ବିଭିନ୍ନ କମିଟିର କର୍ମକର୍ତା ମାନେ ପୂଜା କରୁଛନ୍ତି। ବିଭିନ୍ନ ତୋରଣ ସାଙ୍ଗକୁ, ଆଲୋକ ସଜା, ମିନା ବଜାର ସମେତ ଅନେକ ସ୍ଥାନରେ ଫୁଡ଼ ଷ୍ଟଲ ମଧ୍ୟ ଖୋଲା ଯାଇଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଦର୍ଶ ଥାନା ପକ୍ଷରୁ ବିଭିନ୍ନ କମିଟିର କର୍ମକର୍ତାଙ୍କୁ ନେଇ ଏକ ସଚେତନତା ଆଲୋଚନା କାର୍ଯ୍ୟକ୍ରମ ହୋଇଥିଲା। ବିଶେଷ କରି ଟେଣ୍ଟ ଦ୍ୱାରା ବନ୍ଧା ଯାଇଥିବା ତୋରଣ ଏବଂ ଷ୍ଟଲକୁ ମଜବୁତ ରଖିବା, ବିଦ୍ୟୁତ ସଂଯୋକ ହୋଇଥିବା ତାରକୁ ଭଲ ଭାବରେ ବାନ୍ଧିବା ସହିତ କୌଣସି ଜାଗାରେ ଲିକେଜ ଥିଲେ ସେ ଗୁଡିକୁ ବଦଳାଇବା , ତାର ଓହଳି ଥିଲେ ସେ ଗୁଡିକୁ ଭିଡି ରଖିବା ,ଲାଇଟ ତୋରଣରେ ଭଲ ଭାବେ ମୋଟା ଏବଂ ମଜବୁତ ଷ୍ଟେ ଲଗାଇବା ପାଈଁ ପରାମର୍ଶ ଦିଆଯାଇଥିଲା। ସେହିପରି ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ଧାଡି ଦର୍ଶନ ସହିତ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ଧାଡିର ବ୍ୟବସ୍ଥା କରିବା, ପାନୀୟ ଜଳର ବ୍ୟବସ୍ଥା , ଫାୟାର ଶେପଟି ବ୍ୟବସ୍ଥା ରଖିବା ପାଇଁ ମଧ୍ୟ କମିଟି ଗୁଡିକୁ କୁହାଯାଇଥିଲା। ଯଦି ମଣ୍ଡପ ନିକଟରେ କିଛି ଦୁର୍ବଳ ଗଛ କିମ୍ବା ଗଛ ଡାଳ ଝୁଲିବା ଅବସ୍ଥାରେ ଥାଏ ସେଗୁଡିକୁ କାଟିଦେବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ଯଦି ପ୍ରବଳ ବର୍ଷା କିମ୍ବା ପବନ ହୁଏ ସେ ସମୟରେ ମଣ୍ଡପ ନିକଟରେ ଭିଡ଼ ନ ଜମାଇବାକୁ କମିଟି ପକ୍ଷରୁ ଭକ୍ତ ମାନଙ୍କୁ ପୂର୍ବରୁ ସୂଚନା ଦେବାକୁ ସବୁ କମିଟିକୁ ଅନୁରୋଧ କରା ଯାଇଥିଲା। ଆଦର୍ଶ ଥାନା ପକ୍ଷରୁ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ରମେଶ କୁମାର ଦେବତା, ଏସ ଆଇ ଦିନେଶ ପିଙ୍ଗୁଆ ,ବିକାଶ କୁମାର ସାହୁଙ୍କ ସମେତ , ୩୫ ଗୋଟି ପୂଜା କମିଟିର ସଦସ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.