ହାଟଡିହି/(ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତା ର ତରତରା ଛକ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଜଣାପଡିଛି ଯୁବକଙ୍କ ଘର ଦଧିବାବନପୁର ହୋଇଥିବା ବେଳେ ଯୁବତୀ ହାଟଡିହି ବ୍ଲକର ଅନ୍ତର୍ଗତ ରତକଣା ଗ୍ରାମର ବୋଲି ଜଣାପଡ଼ିଛି। ଗତ ଜୁଲାଇ ମାସରେ ଉବୟ ବିବାହ କରିବା ପାଇଁ ଯୋଜନା କରିଥିଲେ। ତେବେ ନାବାଳିକା ଦର୍ଶାଇ ପ୍ରଶାସନ ପକ୍ଷରୁ ବିବାହକୁ ରୋକା ଯାଇଥିଲା। ସେମାନେ ଗତ ଚାରି ଦିନ ଧରି ନିଖୋଜ ଥିଲେ। ସେମାନଙ୍କ ର ଗଳିତ ମୃତ ଦେହ ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଆନନ୍ଦପୁର ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ।
Sign in
Sign in
Recover your password.
A password will be e-mailed to you.