ଡ୍ରାଇଭର ସଂଘ ଦ୍ୱାରା ଡ୍ରାଇଭିଙ୍ଗ ସଚେତନତା କାର୍ଯ୍ୟକ୍ରମ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ଡ୍ରାଇଭର ମହାସଂଘ ସହବନ୍ଧିତ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ ଦ୍ୱାରା ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳେ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନଙ୍କ ପରିଚାଳନରେ ରାଜ୍ୟ ସଡ଼କ ପଥର ନୟାଗଡ଼ ପଲ୍ଲୀଟେକନିକ ଠାରେ ଉଭୟ ପାର୍ଶ୍ବରେ ରହି ଚଳାଚଳ କରୁଥିବା ଗାଡ଼ି ଡ୍ରାଇଭର ମାନଙ୍କୁ ସିଟବେଲ୍ଟ ଭିଡିବା ସହିତ ସମସ୍ତ ନିୟମକୁ କାନୁନ ମାନି ଗାଡ଼ି ଚଳେଇବାକୁ ବୁଝାଇଥିବା ବେଳେ ବାଇକ ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା ସହିତ ଦୃତ ଗତିରେ ଗାଡି ନଚଲେଇବା ପାଇଁ ପ୍ରଚାର ପତ୍ର ବଣ୍ଟନ କରି ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଭାପତି ସନ୍ତୋଷ କୁମାର ଦୋରାଙ୍କ ନେତୃତ୍ୱରେ ସଂଘର ସଭ୍ୟମାନେ ମିଳିତହୋଇ ନିକଟରେ ଘଟିଯାଇଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ସଂଘର ଉପ ସଭାପତି କାର୍ତ୍ତିକ ସାହୁ, ସମ୍ପାଦକ ସନ୍ତୋଷ କୁମାର ସେଠୀ, ସହସମ୍ପାଦକ ଇଶ୍ଵର ବିଶ୍ବାଳ ଓ କଷାଧକ୍ଷଙ୍କ ପରିଚାଳନରେ ସଚେତନ କାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.