ଗୁଣି ଗାରେଡ଼ି ସନ୍ଦେହରେ ଜଘନ୍ୟ କାଣ୍ଡ, ହତ୍ୟାପରେ ମହିଳାଙ୍କ ମୃତଦେହ ନଦୀରେ ଭସେଇ ଦେଇଥିଲେ ଅଭିଯୁକ୍ତ

0

ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଭାବନୀୟ କାଣ୍ଡ । ମୁନି ଓରାମ ନାମକ ବୃଦ୍ଧା ଗତ ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପାଇନଥିଲେ । ଏନେଇ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସନ୍ଦେହରେ ସେହି ଅଂଚଳର ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ପୋଲିସକୁ ସୁରାକ୍‌ ମିଳିଥିଲା । ଗୁଣି ଗାରେଡିକୁ ନେଇ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ବ୍ରାହ୍ମଣୀ ନଦୀରେ ଭସେଇ ଦିଆଯାଇଥିବା ପୋଲିସ୍‌ ଜାଣିବାକୁ ପାଇଥିଲା । ଅନ୍ୟପଟେ ଓଡ୍ରାଫ୍ ଟିମ ସହ ପୋଲିସ ବ୍ରାହ୍ମଣୀ ନଦୀରେ ମୃତଦେହ ଖୋଜୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.