ପାଇକମାଳ : ଓଡ଼ିଶା ବ୍ରାହ୍ମଣ ମହାସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ନୃସିଂହନାଥ ସ୍ଥିତ ଗାୟତ୍ରୀ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ମହାସଂଘର ସଭାପତି ଡ. ସଦାନନ୍ଦ ଦିକ୍ଷିତ, କାର୍ଯ୍ୟକରୀ ସଭାପତି କିଶୋର ଚନ୍ଦ୍ର ପଣ୍ତା, ସଂମ୍ପାଦଖ ଇ. ଜଗନ୍ନାଥ ପାଢି, କୋଷାଧ୍ଯକ୍ଷ ରମେଶଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବ୍ରାହ୍ମଣ ସମାଜକୁ ଏକତ୍ରୀକରଣ କରିବା ପାଇଁ ନିଜସ୍ବ ମତବ୍ୟତ କରିଥିଲେ । ଏହି ବୈଠକରେ ବରଗଡ଼ ଜିଲ୍ଲା ସହ ଓଡିଶାର ସମସ୍ତ ଜିଲ୍ଲା କର୍ମକର୍ତ୍ତାମାନେ ଯୋଗ ଦାନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟରେ କିଭଳି ସମସ୍ତ ବ୍ରାହ୍ମଣ ମାନଙ୍କୁ ସଂଗଠିତ କରାଯାଇ ପାରିବ , ଅନ୍ୟ ଛୋଟ ଛୋଟ ବ୍ରାହ୍ମଣ ସମାଜ ମାନଙ୍କୁ କିଭଳି ଏହି ଓଡ଼ିଶା ବ୍ରାହ୍ମଣ ମହାସଂଘ ସାମିଲ କରାଯାଇପାରିବ ଏହାରି ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏହା ସହ ସରକାର ଯେଉଁ ଜାତିପ୍ରଥା ଆଇନ ନିଜେ ଆଣିଛନ୍ତି ତାକୁ ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ବହୁ ମାତ୍ରାରେ ବିରୋଧ କରାଯାଇଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଏବଂ ଝାରବନ୍ଧ ବ୍ରାହ୍ମଣ ସମାଜର ମିଳିତ ସହଯୋଗରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ୫୦୦ରୁ ଅଧିକ ସଭ୍ୟ/ ସଭ୍ୟା ବୈଠକ ରେ ଯୋଗଦାନ କରିଥିଲେ । ଏହି ବୈଠକରେ ହିମାଂଶୁ ଶେଖର ବଡପଣ୍ତା, ଶ୍ରଦ୍ଦା ସଡଙ୍ଗୀ, ଶଙ୍କର ପ୍ରସାଦ ଦାଶ, ମାତୃପ୍ରସାଦ ରଥ, ଜୟନାରାୟଣ ପୁରୋହିତ, ସତ୍ୟନାରାୟଣ ଯୋଶୀ, ବଳଦେବ ପୁରୋହିତ, ପ୍ରେମାନନ୍ଦ ଦେବତା, ଦୁର୍ଯୋଧନ ତ୍ରିପାଠୀ,ଝସକେତନ ନନ୍ଦ, ଆଲୋକ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post