ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ

0

ଭୁବନେଶ୍ୱର,(ଶାସକ ପ୍ରଶାସକ): ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ନିକଟରେ ଯୁବ ସଙ୍ଗଠନକୁ ପୁନର୍ଗଠିତ କରିଥିବ ବେଳେ ଛାତ୍ର ସଙ୍ଗଠନକୁ ନୂଆ ରୂପ ଦେଇଛି ବିଜେଡି | ଯୁବ ଛାତ୍ରଙ୍କୁ ଗୁରୁତ୍ବଦେଇ ସେମାନଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦଳ ମନସ୍ଥ କରିଥିବା ବେଳେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏମାନେ ବଡ଼ ଯୋଗସୂତ୍ର ଭାବେ କାର୍ଯ୍ୟ କରିବା ପାଇଁ ଏହି ଯୁବ ଛାତ୍ରଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ ରଖିବାକୁ ଆପାତତଃ ଦଳ ନିଷ୍ପତ୍ତି ନେଇଛି ।
ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯୁବ ବିଜେଡ଼ି ରାଜ୍ୟ କମିଟିର ପୁନର୍ବିନ୍ୟାସ କରାଯାଇଛି । ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଉଦ୍ଦୀୟମାନ ଯୁବ ନେତା ଶୁଭ୍ରଜିତ ପାଢୀଙ୍କୁ ଯୁବ ବିଜେଡ଼ି ଉପସଭାପତି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ପାଢୀ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ପଦବୀରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ । ଯୁବ ବିଜେଡ଼ି ଉପସଭାପତି ଭାବେ ଶ୍ରୀ ପାଢୀଙ୍କୁ ନୂତନ ନିଯୁକ୍ତି ଦେଇଥିବାରୁ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡ଼ି ସାଧାରଣ ସମ୍ପାଦକ (ଯୁବଛାତ୍ର ଦାୟିତ୍ୱ) ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡ଼ି ରାଜ୍ୟ କମିଟି ସଭାପତି ଡଃ ବ୍ୟୋମକେଶ ରାୟଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.