ଆଶାୟୀ ନିରାଶ, ସୁରେଶଙ୍କ ମୁହଁରେ ହସ

0

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର (ଶାସକ ପ୍ରଶାସକ): ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ମୁଖ୍ୟ ଶାସନ ସଚିବ ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତିବାରେ ସକ୍ଷମ ହୋଇନାହାନ୍ତି |  ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟ ଶାସନ ସଚିବ ପଦ ପାଇଁ ଦାବିଦାର ଥିବା ବରିଷ୍ଠ ଆଇଏଏସ ଅଫିସରମାନଙ୍କ ନିରାଶ କରି ରାଜ୍ୟ ସରକାର ପୁଣି ଥରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଦ୍ଵିତୀୟ ଥର ପାଇଁ ଆଉ ୬ ମାସ ବୃଦ୍ଧି କରିଛନ୍ତି  । ସେ  ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦବୀରେ କାର୍ଯ୍ୟ କରିବେ ।

ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର ସରକାରଙ୍କ ପର୍ଶନେଲ ମନ୍ତ୍ରଣାଳୟକୁ ପତ୍ର ଲେଖୀଥିଲେ ଏ ମର୍ମରେ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବକୁ  କେନ୍ଦ୍ର ସରକାର ଅନୁମୋଦନ ଅନୁମୋଦନ କରିଛି । ସ୍ମରଣଯୋଗ୍ୟ ଯେ, ୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ମହାପାତ୍ର ୨୦୨୦ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । ସେ ୨୦୨୨ ଫେବ୍ରୁଆରୀ ୨୮ ରେ ଅବସର ନେବାକୁ ଥିବା ବେଳେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଚଳିତମାସ ଅଗଷ୍ଟ ୩୧ ରେ ତାଙ୍କର କାର୍ଯ୍ୟକାଳ ସାରିବାକୁ ଥିବା ବେଳେ ଆଜି  ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.