ହାତୀ ଚଲାପଥରେ ଘର କରିଥିଲେ , ଘର ଭାଙ୍ଗି ଦେଲା ହାତୀ

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମ ନିକଟରେ ପାହାଡ଼ ତଳେ ଗତ କିଛି ବର୍ଷ ହେବ ,ବନବିଭାଗ ର ଜମିରେ ଏକ ଝୁମ୍ପୁଡି ଘର କରି ରହୁଥିବା ସହଦେଵ ବାଗ ଙ୍କର ଘରକୁ ଗତ ମଧ୍ୟ ରାତିରେ ହାତୀ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ମଧ୍ୟ ନୃସିଂହନାଥ ରେଞ୍ଜ ରେ ହାତୀ ଦୁଇ ଗୋଟି ଘର ଭାଙ୍ଗି ଦେଇଛି ।
ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଦୁଇ ଗୋଟି ହାତୀ ଏହି ରେଞ୍ଜ ଅଂଚଳରେ ବୁଲାବୁଲି କରୁଛନ୍ତି । ଜଙ୍ଗଲ ବିଭାଗ ତରଫରୁ ହାତୀ ମାନଙ୍କୁ ବରାବର ଟ୍ରାକ ମଧ୍ୟ କରାଯାଇଛି । ଗତ ରାତିରେ ଏହି ଦୁଇ ହାତୀ ନୃସିଂହନାଥ ସ୍ଥିତ ଫରେଷ୍ଟ ଇକୋ ଟୁରିଜମ ବଙ୍ଗଳା ନିକଟରେ ରହିଥିବା ବେଳେ , ମଧ୍ୟ ରାତ୍ରି ରେ ଜର୍ଜଗଡ଼ ଆଡକୁ ମୁହାଇଥିଲେ । ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ନିକଟବର୍ତ୍ତୀ ଲୋକଙ୍କୁ ବାରମ୍ବାର ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରାଯାଉଛି । ହେଲେ ମିଳିଥିବା ସୂଚନା ଜର୍ଜଗଡ଼ ଗ୍ରାମର ପାହାଡ଼ ନିକଟବର୍ତ୍ତୀ ହାତୀ ଚଳାପଥ ଜଙ୍ଗଲ ଜମିରେ ଘର କରି ରହୁଥିବା ସହଦେଵ ବାଗ ଙ୍କର ଘର ଗତକାଲି ହାତୀ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିବା ସହିତ ଘରେ ଥିବା ଖାଦ୍ୟ ସାମଗ୍ରୀ ଖାଇ ଦେଇଛି । ଏହି ଘଟଣା ଗୁଡିକ ନିଶ୍ଚିତ ଭାବରେ ସୂଚାଇ ଦେଉଛି ଯେ ଜଙ୍ଗଲ ଉପରେ କେବଳ ଜଙ୍ଗଲୀ ଜୀବ ଜନ୍ତୁଙ୍କର ପ୍ରଥମ ଅଧିକାର ରହିଛି ।

Leave A Reply

Your email address will not be published.