ଅନ୍ଧ ବିଶ୍ଵାସର କରୁଣ ପରିଣତି |ଭାଇକୁ ହତ୍ୟା କଲା ଭାଇ, ଭାଉଜ ଗୁରୁତର।

0

ଉମରକୋଟ-/ଜିତେନ୍ଦ୍ର ମହାନ୍ତି : ଅନ୍ଧ ବିଶ୍ଵାସର କରୁଣ ପରିଣତି, ଗୁଣିଗାରେଡି ସନ୍ଦେହରେ ଭାଇକୁ ହତ୍ୟା କଲା ଭାଇ, ଭାଉଜ ଗୁରୁତର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ଏକ ନଂ ୱାଡ ଦର୍ଗାଗୁଡ଼ା ଠାରେ। ମୃତକ ଜଣକ ହେଲେ ସୋମନାଥ ପୂଜାରୀ, ଗୁରୁତର ହୋଇଛନ୍ତି ଭାଉଜ ରୂପନ୍ତି ପୂଜାରୀ। ଜମିରେ କାମ କରୁଥିବା ସମୟରେ ଏଭଳି କାଣ୍ଡ କରିଛନ୍ତି। ସମ୍ପର୍କୀୟ ଭାଇ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ ସୋମନାଥ ପୂଜାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଉଜ ରୁପନ୍ତି ପୂଜାରୀ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ରୂପନ୍ତି ଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଭାଇକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଦେବେନ୍ଦ୍ର ପୂଜାରୀ, ଅର୍ଜୁନ ପୂଜାରୀ, ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ପ୍ରକାଶ କରିଛନ୍ତି ହତ୍ୟାକାରୀ lପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.