ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ଅମୃତ ମହୋତ୍ସବର ଘରେ ଘରେ ତ୍ରିରଙ୍ଗାର ଦ୍ଵିତୀୟ ଦିବସ ତଥା ଅଗଷ୍ଟ ଚଉଦ ତାରିଖ ଅଖଣ୍ଡ ଭାରତ ଦିବସ ରବିବାର ବାଳମୁକୁନ୍ଦର ବାଳ ସତସଙ୍ଗ ରାଜଗୁରୁ ସାହି ନିବାସୀ ଶିଶୁ ପ୍ରଜ୍ୟୋତି ଓ ପ୍ରଣତି ଘରେ ପାଳିତ ହୋଇଛି।
ଶିଶୁଙ୍କ ଜେଜେବାପା , ଜେଜେମା ଓ ପିତାମାତାଙ୍କ ମାର୍ଗଦର୍ଶନ ସହିତ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମ ହୋଇଛି। ଏଥିରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇ ଶ୍ରୀଅରବିନ୍ଦଙ୍କ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବାର ସମୟ ତାଙ୍କର୧୫୦ ତମ ଜୟନ୍ତୀ ଅଭିଯାନ ଅବସରରେ ଆମ୍ଭମାନଙ୍କୁ ଦୃଢ କରିଛି। ସେହିପରି ସଂଯୋଗ କ୍ରମେ ଜଗଦଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଅଭିଯାନ ଅବସରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାର ସୁଯୋଗ ପାଇଥିବାରୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ମହାପୁରୁଷ ମାନେ ଜୀବ କଲ୍ୟାଣ ନିମନ୍ତେ ଯେଉଁ ମାର୍ଗ ଦେଖାଇଛନ୍ତି ତାହାକୁ କାର୍ଯ୍ୟକାରୀ କରିବାପାଇଁ ସଂକଳ୍ପ ସହିତ ଆଗେଇ ଯିବାପାଇଁ ସେମାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ କୃପାଳୁ ସଂକୀର୍ତ୍ତନ ଗ୍ରୁଫ ଦ୍ୱାରା ଆଭାସୀ ମାଧ୍ୟ୍ୟମରେ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post